BY-ରାଜୀବ କୁମାର ବେହେରା
ଉଦଳା ରାସ୍ତା କାମରେ ମହା ଦୁର୍ନୀତି, ଆସିଲା ସାଙ୍ଘାତିକ ଅଭିଯୋଗ l କପ୍ତିପଦାରେ ମୁଖ୍ୟ ରାସ୍ତା ରେ ହେଉଥିବା PWD କାମକୁ ନେଇ ଉଠିଲା ପ୍ରଶ୍ନ
ବାଲିରେ କାଦୁଅ ଓ ମାଟି ମିଶିଥିବା ଅଭିଯୋଗ, ଗୁଣବତ୍ତା ଯାଞ୍ଚ ପାଇଁ ସ୍ଥାନୀୟଙ୍କ ଦାବି l
କପ୍ତିପଦା ଅଞ୍ଚଳରେ ଚାଲିଥିବା ଏକ PWD ରାସ୍ତା କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ରାସ୍ତା ନିର୍ମାଣ କାମରେ ବ୍ୟବହୃତ ବାଲିର ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, କାମରେ ବ୍ୟବହୃତ କେତେକ ବାଲିରେ କାଦୁଅ, ପଙ୍କ ଓ ମାଟିର ଅଂଶ ମିଶିଥିବା ଦେଖାଯାଉଛି। ଏଭଳି ସାମଗ୍ରୀ ବ୍ୟବହାର ହେଉଥିଲେ ନିର୍ମାଣ କାମର ଗୁଣବତ୍ତା ଓ ରାସ୍ତାର ସ୍ଥାୟୀତ୍ୱ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି।
ସ୍ଥାନୀୟ ଲୋକଙ୍କ ପକ୍ଷରୁ ଫଟୋ ଓ ଭିଡିଓ ମାଧ୍ୟମରେ ଏହି ଅଭିଯୋଗ ସାମ୍ନାକୁ ଆସିଥିବା ଦାବି କରାଯାଇଛି। ତେବେ ଏହି ସାମଗ୍ରୀର ପ୍ରକୃତ ଗୁଣବତ୍ତା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଯାଞ୍ଚ ପରେ ହିଁ ସ୍ପଷ୍ଟ ଚିତ୍ର ମିଳିପାରିବ। ତେବେ ପ୍ରଶାସନିକ ଅଧିକାରୀ କାହିଁକି ଏହାର କଡା ଯାଞ୍ଚ ପ୍ରକ୍ରିୟା କରୁନାହାନ୍ତି ଏବେ ପ୍ରଶ୍ନ l
ସ୍ଥାନୀୟ ଲୋକଙ୍କ ପ୍ରମୁଖ ପ୍ରଶ୍ନ
ରାସ୍ତା କାମରେ ବ୍ୟବହୃତ ସାମଗ୍ରୀର ନିୟମିତ ଗୁଣବତ୍ତା ଯାଞ୍ଚ ହେଉଛି କି?
କାମ ସମୟରେ PWDର ସମ୍ପୃକ୍ତ JE ଓ SDOଙ୍କ ପକ୍ଷରୁ ତଦାରଖ କରାଯାଉଛି କି?
ବ୍ୟବହୃତ ବାଲି ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ କି ନୁହେଁ?
ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ସ୍ୱାଧୀନ ଭାବେ ଯାଞ୍ଚ କରାଯିବ କି?
ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ହେଉଛି, ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ PWD ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ସାମଗ୍ରୀ ଓ ଚାଲିଥିବା କାମର ଗୁଣବତ୍ତା ଯାଞ୍ଚ କରୁ। ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯାଉ।
ଜନସାଧାରଣଙ୍କ ଟଙ୍କାରେ ନିର୍ମିତ ରାସ୍ତାର ଗୁଣବତ୍ତା ସହ କୌଣସି ପ୍ରକାରର ସାଲିସ୍ ହେବା ଉଚିତ୍ ନୁହେଁ। ତେଣୁ ଅଭିଯୋଗର ନିରପେକ୍ଷ ଯାଞ୍ଚ ଓ ବିଭାଗୀୟ ସ୍ପଷ୍ଟୀକରଣ ଏବେ ସମୟର ଦାବି।
ଏବେ ନଜର PWD ବିଭାଗ ଓ ସ୍ଥାନୀୟ ପ୍ରଶାସନର ପଦକ୍ଷେପ ଉପରେ।
ଉପରୋକ୍ତ ବିଷୟଗୁଡ଼ିକ ସ୍ଥାନୀୟଙ୍କ ଅଭିଯୋଗ ଆଧାରିତ। ସମ୍ପୃକ୍ତ ବିଭାଗର ଯାଞ୍ଚ ଓ ପ୍ରତିକ୍ରିୟା ପରେ ପ୍ରକୃତ ସ୍ଥିତି କେବେ ସ୍ପଷ୍ଟ ହେବ।
ଚର୍ଚ୍ଚା tv












