ଚଳିତ ଶିକ୍ଷାବର୍ଷ ଉପଲକ୍ଷେ ବିଦ୍ୟାଳୟରେ ପ୍ରବେଶ ଉସ୍ଛବ ଓ ଖଡିଛୁଆଂ କାଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନକୁଂ ସଚେତନ କରାଇବା ଉଦେଶ୍ୟରେ ବାହାରିଥିବା ଶିକ୍ଷାରଥକୁ ଗୋଷ୍ଠୀ ଶିକ୍ଷା ଅଧିକାରୀକଂ କାଯ୍ୟାଳୟ ଠାରେ ମୁଖ୍ୟଅତିଥି ଟାଂଗୀ ପଚାଂୟତ ସରପଂଚ କିଶୋର କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଶିକ୍ଷୟତ୍ରୀ ଓ କାଯ୍ୟାଳୟର ମହିଳା କର୍ମଚାରୀମାନେ ଶିକ୍ଷାରଥକୁ ବନ୍ଦାପନା କରିଥିଲେ ।ଗୋଷ୍ଠୀ ଶିକ୍ଷା ଅଧିକାରୀକଂ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ କୁମାର ବଳବନ୍ତରାୟ,ପୁରାତନ ଛାତ୍ର ସଂସଦ ସଂପାଦକ ବିଜୟ କୁମାର ରାଉତ, ସାମ୍ୱାଦିକ ରଘୁନାଥ ସାହୁ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ବିଦ୍ୟାଳୟ ଅଂଚଳରେ ୬ ବର୍ଷ ବୟସର ପିଲାମାନକୁଂ ବିଦ୍ୟାଳୟରେ ପ୍ରବେଶ କରାଇବା ପାଇଂ ବୁଧିଜିବୀ,ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ,ନିର୍ବାଚିତ ଜନ ପ୍ରତିନିଧି,ସମାଜସେବୀ ପ୍ରମୁଖ ଦାୟିତ୍ୱନେବାପାଇଂ ପରାମର୍ଶ ଦେଇଥିଲେ ।ଶିକ୍ଷାରଥ ଟାଂଗୀ ବ୍ଲକ ଅନ୍ତର୍ଗତ ୧୧ ଟି କ୍ଲଷ୍ଟର ବୁଲି ଜନସାଧାରଣକୁଂ ସଚେତନ କରିବ ।ଏହି କାଯ୍ୟକ୍ରମରେ ସିଆରସିସି ଦେବାନନ୍ଦ ବେହେରା,ଦୁଶାସନ ପ୍ରଧାନ,ସପନ ସର୍ଦାର,ରମେଶ ବେହେରା,ମଳୟ ମଂଗରାଜ,ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ସଂଜୁଲତା ବେହେରା,ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ୱାଳକଂ ସମେତ ବିଇଓ କାଯ୍ୟାଳୟର କର୍ମଚାରୀମାନେ କାଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଟାଂଗୀ ବାଳିକା ଉଚ ବିଦ୍ୟାଳୟର ଛାତ୍ରୀ ପ୍ରିୟାଶିଂ ପ୍ଲିୟଦର୍ଶନୀ ଓ ସାଇ ଶ୍ରୀ ମହାପାତ୍ର ନୃତ୍ୟ ପରିବେଶଣ କରିଥିଲେ ।
ଚର୍ଚ୍ଚା news












