Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, April 15
    Facebook X (Twitter) YouTube Instagram
    Trending
    • ୮୨ ତମ ଜିଲ୍ଲା ପରିଷଦ ବୈଠକ :
    • ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :
    • ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :
    • ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::
    • ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :
    • ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::
    • ଜାଣନ୍ତୁ ଆଜିର ରାଶିଫଳ :
    • ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::
    • ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :
    • ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::
    • କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::
    • କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::
    • ଆଜିର ରାଶିଫଳ
    • ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ଥିବା ସୁବର୍ଣ୍ଣପୁର ଜିଲ୍ଲାର ଜମିପଟ୍ଟା ଏବଂ ମ୍ୟାପ୍ ଶୀଘ୍ର ପ୍ରକାଶ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ ::

    ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ଥିବା ସୁବର୍ଣ୍ଣପୁର ଜିଲ୍ଲାର ଜମିପଟ୍ଟା ଏବଂ ମ୍ୟାପ୍ ଶୀଘ୍ର ପ୍ରକାଶ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ ::

    By Charcha NewsApril 7, 2026
    Share
    Facebook Twitter Email WhatsApp

    ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ହାଇଟେକ୍ – ସର୍ଭେ ଏବଂ ବନ୍ଦୋବସ୍ତ ୨୦୨୬ ସୁଦ୍ଧା ସମାପ୍ତ ହେବ l

    ଭୁବନେଶ୍ୱର : ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଦିନର ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ ଗ୍ରାମର ହାଇଟେକ୍ ସର୍ଭେ ଏବଂ ସେଟେଲମେଣ୍ଟ୍ ପ୍ରକ୍ରିୟା ଇତିମଧ୍ୟରେ ସମାପ୍ତ ହୋଇଥିବା ବେଳେ ଏହି ସବୁ ଗ୍ରାମ ଗୁଡ଼ିକର ପଟ୍ଟା ପ୍ରସ୍ତୁତକରି ଭୂଲେଖରେ ଅପଲୋଡ୍ କରିବା ସହ ଜନସାଧାରଣଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟ ତିନୋଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି l ବାକିଥିବା ଗ୍ରାମମାନଙ୍କର ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟ ୬ ମାସ ମଧ୍ୟରେ ସାରିବା ସହ ଭୂଲେଖରେ ଅପଲୋଡ଼୍ କରିବା ଓ ମ୍ୟାପ୍ ପ୍ରକାଶ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇଁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି

    ଆସନ୍ତା ୨୦୨୬ ନଭେମ୍ବର ମାସ ସୁଦ୍ଧା ହାଇଟେକ୍ ସର୍ଭେ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ଜମିପଟ୍ଟା ସହ ମ୍ୟାପ୍ ପ୍ରକାଶ ପାଇବ l ଏହା ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣ ବିଭିନ୍ନ ରାଜସ୍ୱ ସେବା ସହଜରେ ପାଇବା ସହ ଉପକୃତ ହେବେ l ଏହି ପରିପ୍ରେକ୍ଷୀରେ ବନ୍ଦୋବସ୍ତ ସରିଥିବା ଓ ବକେୟା ଥିବା ସମସ୍ତ ଗ୍ରାମର ସାବକ ଜମି ଏବଂ ହାଲ୍ ଜମିକୁ ପୁନର୍ବାର ସଠିକ୍ ଭାବେ ଯାଞ୍ଚ କରି ପ୍ରକ୍ରିୟା ସରିଥିବା ଏବଂ ହେବାକୁ ଥିବା ଜମିଜମାକୁ ନିର୍ଭୁଲ ଭାବରେ ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ସରକାରୀ ଜମିସ୍ୱତ୍ବ ଓ ଦେବୋତ୍ତର ଜମିସ୍ଵତ୍ବ ସୁରକ୍ଷାକୁ ନିଶ୍ଚିତ କରିବା ସହ କୌଣସି ବି ପରିସ୍ଥିତିରେ ଚଞ୍ଚକତା କରି ଏସବୁ ଜମି ଉପରେ କେହି ଅନ୍ୟାୟ ଅକ୍ତିଆର କରିପାରିବେ ନାହିଁ ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଗୁରୁତ୍ୱାରୋପ କରିଛନ୍ତି l ସେହିପରି ଜନସାଧାରଣଙ୍କ ପକ୍ଷରୁ ପ୍ରକାଶିତ ଜମିପଟ୍ଟା ସମ୍ପର୍କିତ କୌଣସି ଆପତ୍ତି ଥିଲେ କ୍ଷେତ୍ର ପରିଦର୍ଶନ ସହ ତାହାର ଯାଞ୍ଚ କରାଯାଇ ସଠିକ୍, ସମୁଚିତ ଏବଂ ସମ୍ବେଦନଶୀଳ ଭାବେ ତାହାର ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟ ସମାପନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି l ଏଥିସହିତ ଏହି ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟକୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଅଧିକ ଡେପୁଟି କଲେକ୍ଟରଙ୍କୁ ସ୍ୱତନ୍ତ୍ର ଦାୟିତ୍ଵ ସହ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି l ଜମିଜମା ରେକର୍ଡ୍ ଏବଂ ସର୍ଭେର ନିର୍ଦ୍ଦେଶକ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଏହି ହାଇଟେକ୍ ସର୍ଭେ ପ୍ରକିୟାକୁ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜମିଜମା ରେକର୍ଡ ଏବଂ ସର୍ଭେର ନିର୍ଦ୍ଦେଶକ ଶ୍ରୀ ନିଗମାନନ୍ଦ ପଣ୍ଡା, ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲପାଳ ଡ. ନୃପରାଜ ସାହୁ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଲ

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026 ଆଜିର ଖବର

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026 ଆଜିର ଖବର

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026 ଆଜିର ଖବର

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026 ଆଜିର ଖବର

    ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::

    April 14, 2026 ଆଜିର ଖବର

    କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::

    April 14, 2026 ଆଜିର ଖବର

    ୭୮ ବର୍ଷର ସଂଘର୍ଷ ଆଜିର ଗର୍ବ ଭୁବନେଶ୍ୱର

    April 13, 2026 ଆଜିର ଖବର

    ଭିଜିଲାନ୍ସ ଜାଲରେ ଗୁଡାରୀ ବନାଞ୍ଚଳ ଅଧିକାରୀ, ୨ଲକ୍ଷ ୩୩ ଜବତ ::

    April 13, 2026 ଆଜିର ଖବର

    ବାରବାଟୀ ଫୂଡ଼ କୋର୍ଟ କାର୍ଯ୍ୟ ର ସମୀକ୍ଷା କଲେ ମେୟର ଏବଂ କମିସନର ::

    April 13, 2026 ଆଜିର ଖବର

    ହୃଦଘାତ ନେଲା ଆଶାଙ୍କ ଜୀବନ

    April 12, 2026 ଆଜିର ଖବର

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026 ଆଜିର ଖବର

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026 ଆଜିର ଖବର
    Watch YouTube

    You May Like

    ୮୨ ତମ ଜିଲ୍ଲା ପରିଷଦ ବୈଠକ :

    April 15, 2026

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.