କହିଲେ, ଆଗାମୀ ଦିନରେ ରାଜ୍ୟରେ ହେବ ମେଟ୍ରୋ ପ୍ରକଳ୍ପ
BY-SUBHASMITA-DT-5.4.2024
ଭୁବନେଶ୍ଵର : -DT-5.4.2024 ::ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ବଡ଼ ବୟାନ । ରାଜ୍ୟରେ ଆଗାମୀ ଦିନରେ ନିଶ୍ଚିତ ଭାବରେ ମେଟ୍ରୋ ହେବ। ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର ଆବଶ୍ୟକତା ନାହିଁ
ହେବ। ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର ଆବଶ୍ୟକତା ନାହିଁ । ଆଗାମୀ ଦିନରେ ମେଟ୍ରୋକୁ ନେଇ ସରକାର ଗମ୍ଭୀର ଅଛନ୍ତି । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ।
ଏଥିସହ ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ମେଟ୍ରୋକୁ ନେଇ ଯେଉଁ ଚୁକ୍ତି ହୋଇଥିଲା ଏହା କଣ୍ଟ୍ରାକ୍ଟ । ଯେଉଁଠି ଯେଉଁଠି ମେଟ୍ରୋ ହୋଇଛି ସେଠି କେନ୍ଦ୍ର ସରକାରଙ୍କ ସହାଭାଗିତାରେ ହୋଇଛି । ଗତ ସରକାର ସମୟରେ ମେଟ୍ରୋ ପାଇଁ ଯେତବେଳେ ବ୍ୟବସ୍ଥା କଲେ ସେତେ ବେଳେ ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଭାଗିଥା ନ ନେଇକି ରାଜ୍ୟ ଯୋଜନାରୁ କରିବେ ବୋଲି ବସିଥିଲେ । ମେଟ୍ରୋର ପାଇଁ ଯେଉଁ ଯୋଜନା ହୋଇଛି, ଏବେ କଲେ କ୍ଷତି ହେବ । ଗତ ସରକାର ଅପରିଣା ଦର୍ଶୀ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ଚର୍ଚ୍ଚା news












