Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ସହିଦ ନଗର ହାଟରେ ନବ ନିର୍ମିତ ଦୋକାନ ଗୃହ ହସ୍ତାନ୍ତର ::

    ସହିଦ ନଗର ହାଟରେ ନବ ନିର୍ମିତ ଦୋକାନ ଗୃହ ହସ୍ତାନ୍ତର ::

    By Charcha NewsApril 3, 2026
    Share
    Facebook Twitter Email WhatsApp

    ଭୁବନେଶ୍ୱର ::ତା 03-04-2026 ::ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ମାର୍ଟ ଜନପଥରେ ଥିବା ସ୍ମାର୍ଟ କିଓସ୍କ ହିତାଧିକାରୀଙ୍କୁ ପ୍ରଦାନ । ଦୋକାନ ଗୃହ ପ୍ରଦାନ ସହ ସେମାନଙ୍କୁ ସ୍ମାର୍ଟ କରିବା ପାଇଁ ସ୍ୱତନ୍ତ୍ର ଆପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।

    ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ସହିଦ ନଗର ହାଟର ନୂତନ ଦୋକାନ ଗୃହ ଓ ପିଣ୍ଡି ଉଦ୍ଘାଟିତ ହୋଇଯାଇଛି । ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ ନଗର ଭବାନୀମଲଠାରେ ଥିବା ହାଟର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସହ ମାନ୍ୟବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଷ୍ଟାଣ୍ଡିଂ କମିଟି (ଲାଇସେନ୍ସ) ଶ୍ରୀ ପ୍ରେମାନନ୍ଦ ଜେନା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ବିଏମ୍ ସିର ସିରିଜ୍ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

    ବିଏମସି ବଜାର ସେବା-ମାର୍କେଟ୍ ଏବଂ ଭେଣ୍ଡିଂ ଜୋନ୍ ଅଟୋମେସନ୍ ସିଷ୍ଟମର ଉଦ୍ଘଘାଟନ

    ବିଏମସି ବଜାର ସେବା ହେଉଛି ଭୁବନେଶ୍ୱର ମହାନଗର ନିଗମ (BMC) ଦ୍ୱାରା ବିକଶିତ ଏକ ଡିଜିଟାଲ୍ ପ୍ଲାଟଫର୍ମ, ଯାହା ବଜାର ଏବଂ ଭେଣ୍ଡିଂ ଜୋନ୍‌ଗୁଡ଼ିକରେ ରାଜସ୍ୱ ସଂଗ୍ରହ, ଭେଣ୍ଡର ପରିଚାଳନା ଏବଂ କାର୍ଯ୍ୟାନୁପାଳନ ତନଖି ଦେଖିବାକୁ ସ୍ୱୟଂଚାଳିତ କରେ । ଏହା ମଣିଷ ଦ୍ୱାରା ହେଉଥିବା ପ୍ରକ୍ରିୟାକୁ ପରିବର୍ତ୍ତନ କରି ଇନଭଏସ୍ ସୃଷ୍ଟି, ଅନଲାଇନ୍ ଦେୟ ଦେବା, ଡିଜିଟାଲ୍ ରସିଦ, ସୂଚନା ଏବଂ ତୁରନ୍ତ ରିପୋର୍ଟିଂ ସୁବିଧା ଯୋଗାଇ ଦେବ ।

    ଏହି ପରିକଳ୍ପନା ଅନୁସାରେ, ବିଏମସି ଇଣ୍ଡସଇଣ୍ଡ ବ୍ୟାଙ୍କ ଏବଂ ଏମର୍ ଟେକ୍ ଇନୋଭେସନ୍ସ ପ୍ରା.ଲି. ସହିତ ବ୍ୟାଙ୍କି ଏବଂ ପ୍ରଯୁକ୍ତିଗତ ସହଭାଗୀ ଭାବରେ ଯୋଗାଯୋଗ କରିଅଛି ।

    ପ୍ରତ୍ୟେକ ଦୋକାନୀଙ୍କୁ ତାଙ୍କ ଦୋକାନର ସମସ୍ତ ତଥ୍ୟ ସହିତ ସଂଯୁକ୍ତ ଏକ ୟୁନିକ୍ QR କୋଡ୍ ଦିଆଯିବ । ଏହା ଦ୍ୱାରା ସେମାନେ ବିଲ୍ ଯାଞ୍ଚ କରି ଭଡା, ସାମୂହିକ ସ୍ଥାନ ପରିଚାଳନା (CAM) ଶୁଳ୍କ, କର ଏବଂ ବକେୟାକୁ UPI, ନେଟ୍ ବ୍ୟାଙ୍କି, ଚାଲାଣ ଆଦି 32 ପ୍ରକାର ନେଟ୍ ବ୍ୟାଙ୍କି ମାଧ୍ୟମରେ ପରିଶୋଧ କରିପାରିବେ । ଏହି ପ୍ଲାଟଫର୍ମ ସ୍ମାର୍ଟ ଏନାଲିଟିକ୍ସ, ଜୋନ୍ ଭିତ୍ତିକ ନିରୀକ୍ଷଣ ଏବଂ ଟ୍ରେଡ୍ ଲାଇସେନ୍ସ, FSSAI, ଆଧାର ଏବଂ GST ପାଇଁ ଅନୁପାଳନ ଅନୁସନ୍ଧାନ ସୁବିଧା ଯୋଗାଇଦେବ, ଯାହା ଦ୍ୱାରା ରାଜସ୍ୱ ଆଦାୟରେ ପାରଦର୍ଶିତ ଓ ସ୍ୱଚ୍ଛତା ରକ୍ଷାକରାଯାଇ ପାରିବ ।

    ଭବିଷ୍ୟତରେ ଏହି ଆପ୍ ସରକାରୀ ସଂସ୍ଥାଗୁଡ଼ିକ ସହିତ ସେମାନଙ୍କର କାର୍ଯ୍ୟାନୁପାଳନ ପାଇଁ ବିଏମ୍ ସି ସୂଚନା ଅଂଶୀଦାର କରିପାରିବ ବୋଲି କୁହାଯାଇଛି । ସ୍ୱଚ୍ଛତାରେ ଉନ୍ନତି ଆଣିବା ପାଇଁ ନାଗରିକମାନେ ବଜାରରେ ଦୋକାନର ମୌଳିକ ବିବରଣୀ ଖୋଜିବାକୁ କ୍ୟୁଆର କୋଡ୍ ସ୍କାନ୍ କରିପାରିବେ।

    ସ୍ମାର୍ଟ ଯାନ ପରିଚାଳନା ବ୍ୟବସ୍ଥା (ଏସ୍. ଭି. ଏମ୍. ଏସ୍.)

    186 ବର୍ଗ କିଲୋମିଟର ବ୍ୟାପ୍ତ ବିଏମସି ଅଂଚଳରେ 15 ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । 3ଟି ଜୋନ ଅନ୍ତର୍ଗତ 67 ୱାର୍ଡରେ ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ସମ୍ପ୍ରତି 684 ଟି 4 ଚକିଆ ଓ 144 ଟି ଯନ୍ତ୍ର ଚାଳିତ ଯାନ ରହିଛି । ଏହାର ସୁପରିଚାଳନା ପାଇଁ ମଧ୍ୟ ସ୍ମାର୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଯାନଗୁଡିକର ପରିଚାଳନା ପାଇଁ ବିଏମ୍ ସି ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଅଛି । ଯାହାକି ଅନ୍ୟ ଲୋକପ୍ରିୟ ପରିବହନ ସଂସ୍ଥାର ଆପଭଳି ଉନ୍ନତ ଏବଂ ସହଜ । ପେଟ୍ରୋଲ ପମ୍ପରେ ସ୍ୱୟଂ ଚାଳିତ ଇନ୍ଧନ ଯୋଗାଣ, ଅପରେଟର, ଯାନବାହନ ସଂପର୍କିତ ସମସ୍ତ ଯାନ୍ତ୍ରୀକ ପରିଚାଳନା ସ୍ୱୟଂଚାଳିତ ହୋଇପାରିବ । ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ଡ୍ରାଇଭରଙ୍କ ଉପସ୍ଥାନ ଗ୍ରହଣ, ଡ୍ରାଇଭରଙ୍କ ପ୍ରବେଶ ଓ ପ୍ରସ୍ଥାନ, ଦୂରତା, ଯାନବାହନର ଗତିବିଧି ଇତ୍ୟାଦିର ତଥ୍ୟ ସବୁ ଉପଯୁକ୍ତ ଯାଞ୍ଚ ଓ ନିୟନ୍ତ୍ରଣ ପାଇଁ ଏହି ଆପ୍ କାର୍ଯ୍ୟ କରିବ । ଏହି ସିଷ୍ଟମ ଭାରତ ସରକାରଙ୍କ ପ୍ରମାଣିକ ତଥ୍ୟକୁ ଭିତ୍ତିକରି ବାହନ, ପରିବାର ଏବଂ ଜିଏସଟି ସିଷ୍ଟମ ସହିତ ଏପିଆଇ ଏକୀକରଣ ମାଧ୍ୟମରେ ଏହାର ତଥ୍ୟକୁ ମଧ୍ୟ ପ୍ରମାଣ ଯୋଗ୍ୟ କରିବ । ବିଏମ୍. ସି., ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏବଂ ଏହାର ଟେକ୍ନୋଲୋଜି ପାର୍ଟନର ଅତୁଲ୍ୟ ଅଭିନବ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସହଭାଗିତାରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଜରିଆରେ ଗାଡିଗୁଡିକର ଚଳାଚଳ, ଗତିବିଧି, ନିୟନ୍ତ୍ରଣ, ଉପସ୍ଥିତି, ଦୂରତା ଆଦି ଆକଳନ କରିବା ସହ ତତ୍କାଳ ନିଷ୍ପତ୍ତି ନେବାରେ ବେଶ ସହାୟକ ହେବ ।

    ସହିଦ ନଗର ହାଟ, ବିଏମସି–ଭବାନୀ ମଲ୍ ଦୋକାନ ଗୃହ ପ୍ରଦାନ

    ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ବିଏମସି–ଭବାନୀ ମଲ୍‌ରେ ସହୀଦ ନଗର ହାଟ ସ୍ଥାପନ ପାଇଁ 81ଟି ଦୋକାନ ଏବଂ 218ଟି ପିଣ୍ଡି ନିର୍ମାଣ କରିଛି। ଏହି ପରିକଳ୍ପନାର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ପାଇଁ ଉନ୍ନତ ବଜାର ସୁବିଧା ପ୍ରଦାନ କରିବା ସହିତ ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ଆତ୍ମ ନିଯୁକ୍ତି ତଥା ସ୍ୱରୋଜଗାର ସୁଯୋଗ ସୃଷ୍ଟି କରିବା । ଏହି ଦୋକାନ ଏବଂ ପିଣ୍ଡିଗୁଡ଼ିକ ସେହି ବ୍ୟବସାୟୀମାନଙ୍କୁ ଆଲର୍ଟ କରାଯାଇଛି, ଯେଉଁମାନେ ପୂର୍ବରୁ ସହୀଦ ନଗର ହାଟରେ ବ୍ୟବସାୟ କରୁଥିଲେ। ଏହାର ଆଲଟମେଣ୍ଟ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିବା ପାଇଁ ବିଏମସି ଦ୍ୱାରା ପରିଚାଳିତ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ଆବଣ୍ଟନ କରାଯାଉଛି । ଏହି ହାଟ ସ୍ଥାପନ ଦ୍ୱାରା ବ୍ୟବସାୟୀମାନଙ୍କର ଜୀବିକା ଏବଂ ଆର୍ଥିକ ସ୍ଥିତିର ସୁଧାର ହେବା ସହ ସାଧାରଣ ଲୋକଙ୍କ ପାଇଁ ଭଲ ସେବା ଏବଂ ସୁସଂଗଠିତ ବଜାର ସୁବିଧା ନିଶ୍ଚିତ ହୋଇପାରିବ ।

    ପ୍ରମୁଖ ପରିମଳ କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ଆବଣ୍ଟନ

    ଗରିମା ଯୋଜନା ଅଧୀନରେ, ଆଜି 10 ଜଣ ଗ୍ରେଡ୍–I ପ୍ରମୁଖ ପରିମଳ କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ଓ ପିପିଇ କିଟ୍ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ କରକମଳରେ ପ୍ରଦାନ କରାଯାଇଛି । ଏହା ଦ୍ୱାରା ସେମାନେ ମୋବାଇଲ୍ ଆପ୍ ବ୍ୟବହାର କରି ଦୈନିକ ଉପସ୍ଥାନ, ଅଭିଯୋଗ ଆଦି ଦାଖଲ କରିପାରିବେ ଏବଂ ସାମାଜିକ ସୁରକ୍ଷା ସୁବିଧା ପାଇଁ ବ୍ୟବହାର କରିପାରିବେ।

    ଏହି ହାଣ୍ଡସେଟ୍‌ଗୁଡ଼ିକ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା କ୍ରୟ କରାଯାଇଛି, ଯାହା ସିଓର ଓ ପାଇଖାନା ସେପ୍ଟିକ୍ ଟ୍ୟାଙ୍କ ସଫା କାମରେ ନିଯୁକ୍ତ ଯୋଗ୍ୟ ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ।

    ଭୁବନେଶ୍ୱର ମହାନଗର ନିଗମ (BMC) ରେ, 269 ଜଣ ଗ୍ରେଡ୍–I ପ୍ରମୁଖ ପରିମଳ କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ସହିତ SIM କାର୍ଡ ଯୋଗାଇ ଦିଆଯିବ, ଯେଉଁଥିରେ ମାଗଣା incoming ଏବଂ outgoing ସୁବିଧା ରହିବ।

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଜୁଲାଇ 2025 ରେ, ଆମର ମୁଖ୍ୟ ଅତିଥି ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଗରିମା ଜାତୀୟ କର୍ମଶାଳାରେ ଘୋଷଣା କରାଯାଇଥିଲା ।

    ଜନପଥ ଭେଣ୍ଡିଂ ଜୋନ୍ କିଓସ୍କ-ସଂକ୍ଷିପ୍ତ ବିବରଣୀ

    ସ୍ମାର୍ଟ ଜନପଥ (ବାଣୀ ବିହାରରୁ ଶିଶୁ ଭବନ ପର୍ଯ୍ୟନ୍ତ) ସୌନ୍ଦର୍ଯ୍ୟୀକରଣ ପାଇଁ 222 ଜଣ ଭେଣ୍ଡରଙ୍କୁ 2020–21 ରୁ 2023–24 ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେହିମାନଙ୍କୁ ପରେ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଦ୍ୱାରା ନିର୍ମିତ 66 ଗୋଟି କିଓସ୍କ 2024–25 ମସିହାରେ BMCକୁ ଆଲଟମେଣ୍ଟ ପାଇଁ ହସ୍ତାନ୍ତର କରାଯାଇଥିଲା ।

    ଏକ ନୂତନ ସର୍ଭେରେ 104 ଜଣ ଭେଣ୍ଡର କିଓସ୍କ ପାଇଁ ଯୋଗ୍ୟ ବିବେଚିତ ତଥା ଚିହ୍ନଟ ହୋଇଥିଲେ। କିଓସ୍କ ସଂଖ୍ୟା ସୀମିତ ଥିବାରୁ, ଏଥିରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଲଟେରୀ ମାଧ୍ୟମରେ 52 ଜଣ ଭେଣ୍ଡରଙ୍କୁ ଚୟନ କରାଯାଇଥିଲା, ସରକାରୀ ନିୟମ ଅନୁଯାୟୀ 3 ଜଣ ଦିବ୍ୟାଙ୍କୁ ମଧ୍ୟ ଚୟନ କରାଯାଇଥିଲା । ଆଜି ସେହିମାନଙ୍କୁ ସ୍ମାର୍ଟ କିଓସ୍କ ପ୍ରଦାନ କରାଯାଇଛି । ଅବଶିଷ୍ଟ ଭେଣ୍ଡରମାନଙ୍କୁ ପର୍ଯ୍ୟାୟକ୍ରମେ କିଓସ୍କ ପ୍ରଦାନ କରାଯିବ ବୋଲି ମାନନୀୟା ମେୟର ଶ୍ରୀମତୀ ଦାସ ଓ କମିଶନର ଶ୍ରୀ ରାଣା କହିଛନ୍ତି ।

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.