ଟିଭିକେ ତାମିଲନାଡ଼ୁରେ ଆଗାମୀ ସରକାର ଗଠନ କରିବାକୁ ଯାଉଥିବାବେଳେ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ମେ ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି
ଟିଭିକେ ତାମିଲନାଡ଼ୁରେ ଆଗାମୀ ସରକାର ଗଠନ କରିବାକୁ ଯାଉଥିବାବେଳେ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ମେ ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ବିଜୟ ବୁଧବାର ଲୋକ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ ଓ ସରକାର ଗଠନ କରିବାକୁ ଦାବି ରଖିପାରନ୍ତି । କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର ହୋଇଛି । ଚେନ୍ନାଇର ଜବାହାରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ।
୧୯୭୭ ମସିହା ପରଠାରୁ ତାମିଲନାଡ଼ୁରେ ପ୍ରଥମ ଥର ଅଣ ଡିଏମ୍କେ ଓ ଅଣ ଏଆଇଏଡିଏମକେ ସରକାର ଗଠନ ହେବାକୁ ଯାଉଛି। ବିଜୟଙ୍କ ରାଜନୈତିକ ପଦାର୍ପଣ କିମ୍ବଦନ୍ତୀ ଅଭିନେତା ଏମ୍ ଜି ରାମଚନ୍ଦ୍ରନ ଓ ଜେ ଜୟଲଳିତାଙ୍କ ସହିତ ତୁଳନା କରାଯାଉଛି। ବିଜୟଙ୍କ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିନଥିବାରୁ ମେଣ୍ଟ କରି ସରକାର ଗଠନ କରିବା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ। ବିଜୟ ସେଥିପାଇଁ ଛୋଟ ଛୋଟ ଦଳ ସହିତ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବାହାରୁ ସମର୍ଥନ ନେବା ନୂଆ ସରକାର ପାଇଁ ସମସ୍ୟାଜନକ ହୋଇପାରେ। ଆଗାମୀ ଦିନରେ ତାମିଲନାଡ଼ୁର ନୂତନ ରାଜନୈତିକ କ୍ଷେତ୍ର ବିଜୟଙ୍କ ଦକ୍ଷତାକୁ ପରଖିବ ।
ଚର୍ଚ୍ଚା news












