ଆମେରିକୀୟ ସାମରିକ ବିମାନ କେସି-୧୩୫ ଷ୍ଟାଷ୍ଟ୍ରୋଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ନିକଟରେ ଗଲ୍ଫ ଅଞ୍ଚଳ ଉପରେ ଉଡୁଥିବା ସମୟରେ ଯୋଗାଯୋଗ ହରାଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ ବିମାନଟି ଏକ ୭୭୦୦ ଜରୁରୀକାଳୀନ କୋଡ ପଠାଇଥିଲା । ଏହି କୋଡ ପାଇଲଟମାନେ ଏକ ଗମ୍ଭୀର ସମସ୍ୟା ସୂଚାଇବା ପାଇଁ ବ୍ୟବହାର କରୁଥିବା ଏକ ବିଶ୍ୱବ୍ୟାପୀ ସଙ୍କେତ ।
BY_SUBHASMITA-DT_6.5.2026
ହର୍ମୁଜ ପ୍ରଣାଳୀ ନିକଟରେ ଗଲ୍ଫ ଅଞ୍ଚଳ ଉପରେ ଉଡୁଥିବା ବେଳେ ଆମେରିକୀୟ ସାମରିକ ବିମାନ କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, ବିମାନଟି ଆକାଶରେ ଇନ୍ଧନ ଭର୍ତ୍ତି କାର୍ଯ୍ୟ କରୁଥିବା ସମୟରେ ୭୭୦୦ ଜରୁରୀକାଳୀନ କୋଡ ପଠାଇଥିଲା । ଏହି କୋଡକୁ ପାଇଲଟମାନେ ଗମ୍ଭୀର ସମସ୍ୟା ସୂଚାଇବା ପାଇଁ ବିଶ୍ୱସ୍ତରୀୟ ସଙ୍କେତ ଭାବେ ବ୍ୟବହାର କରନ୍ତି ।
ରିପୋର୍ଟ ଅନୁଯାୟୀ, ଜରୁରୀ ସଙ୍କେତ ପଠାଇବା ପରେ ବିମାନଟି ହଠାତ୍ ଦିଗ ପରିବର୍ତ୍ତନ କରି ତଳକୁ ଓହ୍ଲାଇବା ଆରମ୍ଭ କରିଥିଲା । ଅନୁମାନ କରାଯାଉଛି ଯେ, ବିମାନଟି କୌଣସି ସାମରିକ ଘାଟି ଆଡକୁ ଯାଉଥିଲା । କିନ୍ତୁ କିଛି ସମୟ ପରେ କତାର ଆକାଶ ମାର୍ଗ ନିକଟରେ ବିମାନର ଟ୍ରାକିଂ ସିଗନାଲ୍ ସମ୍ପୂର୍ଣ୍ଣ ଭାବରେ ରାଡାରରୁ ଉଭାନ ହୋଇଯାଇଥିଲା ।
କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କରକୁ ଆକାଶରେ ଇନ୍ଧନ ଯୋଗାଇବା କାମ ପାଇଁ “ଉଡ଼ନ୍ତା ପେଟ୍ରୋଲ ପମ୍ପ” ଭାବେ ମଧ୍ୟ ଜଣାଯାଏ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଗଲ୍ଫ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି ।
ଘଟଣାକୁ ନେଇ ଏପର୍ଯ୍ୟନ୍ତ ଆମେରିକୀୟ ପକ୍ଷରୁ ସ୍ପଷ୍ଟ ବିବୃତ୍ତି ଆସିନଥିବା ବେଳେ, ବିମାନଟିର ସୁରକ୍ଷା ଓ ଅବସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଚର୍ଚ୍ଚା news












