BY-ଉଦଳାରାଜୀବ କୁମାର ବେହେରା
ମୟୁରଭଞ୍ଜ,ଉଦଳାରାଜୀବ କୁମାର ବେହେରା ମୟୁରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନା ପରିସରରେ ଆଲୋକ ବ୍ୟବସ୍ଥାର ଗଭୀର ଅଭାବ ନେଇ ରୋଗୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଦୁର୍ନୀତି ର ଗନ୍ଥା ଘର ସାଜିଛି ଉଦଳା ମୁଖ୍ୟ ଚିକିତ୍ସା ଲୟ,ୱାର୍ଡ ଭିତରେ ଆଲୁଅ ହେଲେ ବାହାରେ କିଟ ମିଟ ଅନ୍ଧାର ରହିଥିବାରୁ ରାତ୍ରି ସମୟରେ ଚିକିତ୍ସା ସେବା ପ୍ରଭାବିତ ହେଉଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଡାକ୍ତରଖାନାର ବିଭିନ୍ନ ୱାର୍ଡ ଓ ପଥପ୍ରଦର୍ଶନ ସ୍ଥାନରେ ଆଲୋକ ନଥିବାରୁ ରୋଗୀ ଓ ସେମାନଙ୍କ ସହଯୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି। ବିଶେଷକରି ରାତି ସମୟରେ ଆପତକାଳୀନ ସେବା ନେବା ସମୟରେ ଏହି ସମସ୍ୟା ଅଧିକ ଗୁରୁତର ରୂପ ନେଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଅନ୍ଧାର ପରିବେଶ ରୋଗୀଙ୍କ ପାଇଁ ଭୟଜନକ ପରିସ୍ଥିତି ସୃଷ୍ଟି କରୁଛି। କେତେକ ସ୍ଥାନରେ ଲାଇଟ୍ ନଷ୍ଟ ହୋଇଥିବା ସତ୍ତ୍ୱେ ସମୟରେ ମରାମତି କରାଯାଇନଥିବା ଅଭିଯୋଗ ମଧ୍ୟ ଉଠିଛି।ଏହି ପରିସ୍ଥିତିରେ ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ ଉଠିଛି। ସାଧାରଣ ଲୋକଙ୍କ ମତରେ, ଡାକ୍ତରଖାନା ଭଳି ସେନ୍ସିଟିଭ୍ ସ୍ଥାନରେ ଏପରି ଅବ୍ୟବସ୍ଥା ଅସ୍ୱୀକାରଯୋଗ୍ୟ। ସ୍ଥାନୀୟମାନେ ଦାବି କରିଛନ୍ତି ଯେ, ତୁରନ୍ତ ଆଲୋକ ବ୍ୟବସ୍ଥା ସୁଧାରାଯାଉ ଓ ରୋଗୀଙ୍କ ପାଇଁ ସୁରକ୍ଷିତ ପରିବେଶ ନିଶ୍ଚିତ କରାଯାଉ। ଏହା ସହିତ, ପ୍ରଶାସନ ପକ୍ଷରୁ ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଇ ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣ ମହଲରୁ ଦାବି ହେଉଛି। ଡାକ୍ତରଖାନା ହେଉଛି ଜୀବନ ବଞ୍ଚାଇବାର ସ୍ଥାନ। ସେଠାରେ ମୌଳିକ ସୁବିଧା ଯଥା ଆଲୋକ ବ୍ୟବସ୍ଥା ନ ଥିବା ଗୁରୁତର ଅବହେଳା କାହାର ଦୋଷ। ପ୍ରଶାସନଙ୍କ ତ୍ୱରିତ ହସ୍ତକ୍ଷେପ ଅତ୍ୟାବଶ୍ୟକ। ପ୍ରଶାସନ କେଉଁଠି?
ଚର୍ଚ୍ଚା news












