BY-ରାଜୀବ କୁମାର ବେହେରା
ମୟୁରଭଞ୍ଜ ଜିଲ୍ଲାର ବାରିପଦା ରେ ଘଟିଯାଇଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା l ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଚନ୍ଦନେଶ୍ୱର ଯାଉଥିବା “ଗୀତାଞ୍ଜଳି” ନାମକ ଘରୋଇ ବସ୍ ଏକ ଅଢ଼େଇ ବର୍ଷର ନିର୍ଦୋଷ ଶିଶୁର ଜୀବନ ନେଇଛି।
ସୂଚନା ଅନୁସାରେ, ବସ୍ଟି ବହୁତ ଦ୍ରୁତ ଗତିରେ ବସ୍ଷ୍ଟାଣ୍ଡ ଭିତରକୁ ପ୍ରବେଶ କରୁଥିବା ବେଳେ ଚାରିପାଖ ଉପରେ ଯଥାର୍ଥ ଧ୍ୟାନ ଦେଇନଥିଲା। ସେହି ସମୟରେ ମା’ଙ୍କ ସହିତ ଥିବା ଶିଶୁ “ଲିପୁନ” କୁ ସାଇଡ୍ରୁ ଜୋରଦାର ଧକ୍କା ଲାଗିଥିଲା। ଗୁରୁତର ଆହତ ହୋଇଥିବା ଶିଶୁଟିକୁ ତୁରନ୍ତ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ, ଜୀବନ ଚାଲି ଯାଇଛି ।
ଘଟଣା ପରେ ଛୁଆକୁ ହରାଇ ମା’ଙ୍କ ଛାତି ଫଟେଇ କାନ୍ଦୁଥିବା ଦୃଶ୍ୟ ଦେଖି ଯେକେହିଙ୍କ ହୃଦୟ ଭାଙ୍ଗିଯାଉଛି। ନିର୍ଦୋଷ ଶିଶୁର ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ନିର୍ବାକ କରିଦେଇଛି। ଏହା ଦୁର୍ଘଟଣା ନା ଅବହେଳା? ବସ୍ଷ୍ଟାଣ୍ଡ ଭଳି ସେନ୍ସିଟିଭ୍ ଅଞ୍ଚଳରେ ଏତେ ଦ୍ରୁତ ଗତିରେ ବସ୍ ଚଳାଚଳ କାହିଁକି? ଯାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କୌଣସି ନିୟମ ପ୍ରୟୋଗ ହେଉଛି କି ନାହିଁ ଏହି ପ୍ରଶ୍ନ ଏବେ ଉଠୁଛି। ସ୍ଥାନୀୟ ଲୋକମାନେ ଘଟଣାର ନିଷ୍ପକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସତର୍କତାର ଅଭାବ ମୃତ୍ୟୁକୁ ଆମନ୍ତ୍ରଣଏବେ ମଧ୍ୟ ସଚେତନ ହେବା ଆବଶ୍ୟକ!
ନିର୍ଦୋଷ ଶିଶୁର ଆତ୍ମାର ଶାନ୍ତି କାମନା, ଶୋକାକୁଳ ପରିବାର ପାଇଁ ଗଭୀର ସମବେଦନା।
ଚର୍ଚ୍ଚା news












