BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼::ରାୟଗଡ଼ ଜିଲ୍ଲାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଆଜି ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି l ସ୍ଥାନୀୟ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନିକ ଭାବେ ଅଧ୍ୟକ୍ଷ ଭାବେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି l ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା l ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋଣ୍ଡ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ଜିଲ୍ଲାର ସମସ୍ତ ମୁଖ୍ୟ ଉନ୍ନୟନ କାର୍ଯ୍ୟ ଗୁଣାତ୍ମକ ଭାବେ ସମ୍ପନ୍ନ କରିବାକୁ ସମସ୍ତ ବିଭାଗ ସମନ୍ୱୟ ରଖି କାମ କରିବା ଆବଶ୍ୟକ । ସେ କୃଷି, ପାଣିପାନିୟ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ସଡ଼କ ଓ ଜୀବିକା ମୂଳକ ପରିଯୋଜନା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଥିଲେ । ସରକାରଙ୍କ ଯୋଜନାମାନଙ୍କ ଲାଭ ସଠିକ ଭାବେ ଜନସାଧାରଣଙ୍କୁ ପହଞ୍ଚିବା ପାଇଁ ତୃଣମୂଲ ସ୍ତରରେ କାର୍ଯ୍ୟକଳାପକୁ ସୁଦୃଢ କରିବା ଆବଶ୍ୟକ । ଅନୁଷ୍ଠିତ ପ୍ରକଳ୍ପମାନଙ୍କର ନିୟମିତ ସମୀକ୍ଷା କରି ସମସ୍ୟାମାନଙ୍କୁ ଶୀଘ୍ର ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନୂତନ ପ୍ରକଳ୍ପ କିମ୍ବା ଅସମ୍ପୂର୍ଣ କାର୍ଯ୍ୟ ସମ୍ପୂର୍ଣ କରିବା ଵିମନ୍ତେ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ଅଧଜାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟlଧର ଶବର ଓ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସଭାରେ ଜିଲ୍ଲାପାଳ ଶ୍ରୀ ଅଶୁତୋଶ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଗୁଣପୁର ଦୁଧlଳ ଅଭିଷେକ ଦିଲ୍ଲୀପ,ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା , ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ । ଜିଲ୍ଲାପାଳ ସମସ୍ତ ବିଭାଗକୁ ସମୟମଧ୍ୟରେ ଲକ୍ଷ୍ୟ ପୂରଣ କରିବାକୁ ଅନୁରୋଧ କରିଥିଲେ । ସଭାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲୁଥିବା ଉନ୍ନୟନ କାର୍ଯ୍ୟର ଅବସ୍ଥା ଓ ଆଗାମୀ ପରିକଳ୍ପନା ସମ୍ପର୍କରେ ଆଲୋଚନା ହୋଇଥିଲା। ସଭା ଶେଷରେ ଜିଲ୍ଲାର ସମଗ୍ର ଉନ୍ନୟନ ପାଇଁ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଚର୍ଚ୍ଚା news












