ବରଗଡ :: ଝାରବନ୍ଧ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର କଲ୍ୟାଣ ମଣ୍ଡପ ଠାରେ ବାସନ୍ତିକ ଚୈତ୍ର ପୂଜା ପାଳିତ ହୋଇଯାଇଛି l ପୁକକ ଶ୍ରୀ ଗଣେଶ କୁମାର ଭୋଇ ଶ୍ରୀ ସ୍ୱାଧୀନ ପ୍ରଧାନ,ଶ୍ରୀ ଶ୍ରୀ ବାବା ରଣେଶ୍ୱର ଓ ମାଁ ରାମଚଣ୍ଡୀ ଙ୍କ ପୂଜାକାର୍ଯ୍ୟ ତୁଲାଇ ଥିଲେ l ପୂଜାର୍ଚ୍ଚନl ପରେ କିଛି ସମୟ ପାଇଁ ବ୍ଲକ ସଭାପତି ଶ୍ରୀ ବାସୁଦେବ ପ୍ରଧାନ ଙ୍କ ସଭାପତିତ୍ୱ ରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର କାର୍ଯ୍ୟ କାରିଣୀ ସଭାପତି ଯୋଗେନ୍ଦ୍ର ଭୋଇ ସମlଜର ପୁଅ ଝିଅ ମାନେ କିପରି ଶିକ୍ଷିତ ହୋଇ ପାରିବେ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ସଭାପରିଚାଳନା କରିଥିଲେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମାଜର ବ୍ଲକ ସଂପାଦକ ଶ୍ରୀ ଶ୍ୟାମସୁନ୍ଦର ବେହେରା,ଉପସ୍ଥିତ ବ୍ଲକ ଉପସଭାପତି ତୁଲାରାମ ଭୋଇ,ବୁରୋମୁଣ୍ଡା ସଭାପତି ଗୋବର୍ଦ୍ଧନ ଗଡ଼ତିଆ, ବୁକୁରାମୁଣ୍ଡା ଉପସଭାପତି ଗଗନବାରିକ,ପାଇକମାଲ ସଂପାଦକ ମକରଧଜ ବିଶ୍ୱାଳ,ଗୌଡ଼ମାଳ କେନ୍ଦ୍ରର ସଂପାଦକ ଶ୍ରୀ ଆନ୍ଦଦ ନାୟକ, ଭଣ୍ଡାରପୁରୀ ସଭାପତି ଶ୍ରୀ ହାରାଧନ ପ୍ରଧାନ,ଉପେନ୍ଦ୍ର ବାରିକ,ଭଣ୍ଡାରପୁରି ଉପସଭାପତି ପଦ୍ମନ ସାହୁ,ଛୋଟଅନକି ଗ୍ରାମ ପଂଚାୟତ ସମିତି ସଭ୍ୟ ସତ୍ୟମ ପ୍ରଧାନ, ପୂର୍ବତନ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ, ଉଦ୍ଧବ ପ୍ରଧାନ,ସୌକି ନାୟକ, ବୈକୁଣ୍ଠ. ବେହେରା,ବିନୋଦ ସାହୁ,ଶୁଶିଲ ପ୍ରଧାନ, କେଶରଞ୍ଜନ ପ୍ରଧାନ,ବିନୋବା ପ୍ରଧାନ କୁମାର ଗୌରବ ବେହେରା, ଉମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l କୁଲତା ସମାଜର ଉଚ୍ଚ ପଦରେ ଥିବା ପଦାଧିକାରୀଙ୍କୁ ଫୁଲମାଳ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ସଭା ପରିଚାଳନା କରିଥିଲେ ବ୍ଲକ ସଂପାଦକ ଶ୍ୟାମସୁନ୍ଦର ବେହେରା lଶେଷ ରେ କୋତନା କେନ୍ଦ୍ରର ଉପ ସଭାପତି ଶ୍ରୀ ମlନଭଞ୍ଜନ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ , l ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇ ଥିଲା କୁଲତା ସମାଜର ବହୁ ସଂଖକ ପୁରୁଷ ମହିଳା ଯୋଗଦେଇ ଵାସନ୍ତିକ ଚୈତ୍ର ପୂଜା ଓ କୁଳତା ଦିଵସକୁ ସାଫଲ୍ୟ ମଣ୍ଡିତ କରିଥିଲେ l
ଚର୍ଚ୍ଚା news












