Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, April 15
    Facebook X (Twitter) YouTube Instagram
    Trending
    • ୮୨ ତମ ଜିଲ୍ଲା ପରିଷଦ ବୈଠକ :
    • ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :
    • ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :
    • ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::
    • ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :
    • ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::
    • ଜାଣନ୍ତୁ ଆଜିର ରାଶିଫଳ :
    • ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::
    • ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :
    • ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::
    • କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::
    • କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::
    • ଆଜିର ରାଶିଫଳ
    • ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” କର୍ମଶାଳା ଆୟୋଜିତ

    ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” କର୍ମଶାଳା ଆୟୋଜିତ

    By Charcha NewsApril 7, 2026
    Share
    Facebook Twitter Email WhatsApp

    ଶକ୍ତିଶାଳୀ ପଞ୍ଚାୟତ ହେଉଛି ସ୍ଥାୟୀ ବିକାଶର ଆଧାର; କର୍ମଯୋଗୀ ଅଧିକାରୀଙ୍କ ସହାୟତାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପବଦ୍ଧ – ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
    ବିକଶିତ ପଞ୍ଚାୟତ’ ହ୍ୱାଟସଆପ୍ ଚାଟବଟ୍ ଏବଂ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ

    ଭୁବନେଶ୍ୱର, ୦୭/୦୪/୨୦୨୬: ସାରା ଦେଶରେ ପାଳିତ ହେଉଥିବା ‘ସାଧନା ସପ୍ତାହ’ (୨-୮ ଏପ୍ରିଲ ୨୦୨୬) ଅଭିଯାନର ଅଂଶସ୍ୱରୂପ ଆଜି ଭୁବନେଶ୍ୱର କୃଷିଭବନଠାରେ “ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” (Reimagining Capacity Building for Grassroots Governance) ଶୀର୍ଷକ ଏକ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି। କ୍ୟାପାସିଟି ବିଲଡିଂ କମିଶନ (ସିବିସି), କର୍ମଚାରୀ ଚୟନ ଓ ପ୍ରଶିକ୍ଷଣ ବିଭାଗ, କର୍ମଯୋଗୀ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ “ପ୍ରଯୁକ୍ତିବିଦ୍ୟା, ପରମ୍ପରା ଏବଂ ବାସ୍ତବ ପରିଣାମ” ଆଧାରରେ ତୃଣମୂଳ ସ୍ତରର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା।

    ଏହି ଅବସରରେ ମୁଖ୍ୟ ଶକ୍ତିଶାଳୀ ପଞ୍ଚାୟତ ହେଉଛି ସ୍ଥାୟୀ ବିକାଶର ଆଧାର; କର୍ମଯୋଗୀ ଅଧିକାରୀଙ୍କ ସହାୟତାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପବଦ୍ଧ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

    ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ସାମଗ୍ରିକ ଓ ସ୍ଥାୟୀ ବିକାଶ ପାଇଁ ଶକ୍ତିଶାଳୀ ପଞ୍ଚାୟତ ହେଉଛି ମୂଳଦୁଆ। ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସଶକ୍ତ କରିବା ପାଇଁ ଏକ ନିରନ୍ତର ଓ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। କର୍ମଯୋଗୀ ସରକାରୀ ଅଧିକାରୀଙ୍କ ସହାୟତାରେ ପଞ୍ଚାୟତ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ ।

    କାପାସିଟି ବିଲଡିଂ କମିଶନର ସଦସ୍ୟ (ଏଚଆର) ଡଃ ଆର. ବାଲାସୁବ୍ରମଣ୍ୟମ ‘ମିଶନ କର୍ମଯୋଗୀ’ର ପରିକଳ୍ପନା ଏବଂ ସରକାରୀ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିବିସିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଶାସନ ବ୍ୟବସ୍ଥାକୁ ‘ନିୟମ-ଭିତ୍ତିକ’ରୁ ‘ଭୂମିକା-ଭିତ୍ତିକ’କୁ ପରିବର୍ତ୍ତନ କରିବା ଏବଂ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରାଜେଶ କୁମାର ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା -ସଚିବ ଶ୍ରୀ ଗିରିଶ ଏସ୍.ଏନ୍, ଏସଆଇଆରଡି ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାମଲଙ୍କ ସହ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ଅନ୍ୟାନ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

    ଏହି କର୍ମଶାଳାରେ “ବିକଶିତ ପଞ୍ଚାୟତ କର୍ମଯୋଗୀ” ଅଭିଯାନ ଉପରେ ସବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ପଞ୍ଚାୟତିରାଜ କର୍ମଚାରୀଙ୍କ ପାଇଁ ଏକ କୃତ୍ରିମ ପ୍ରଜ୍ଞା-ଆଧାରିତ (AI based) ‘ବିକଶିତ ପଞ୍ଚାୟତ’ ହ୍ୱାଟସଆପ୍ ଚାଟବଟ୍ ଏବଂ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ ହୋଇଛି। ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେବ, ଯାହା ଗ୍ରାମ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଏବଂ ସମସ୍ୟାର ତୁରନ୍ତ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ।

    ସୂଚନାଯୋଗ୍ୟ ଯେ, ଏହି ଅଭିଯାନ ଅଧୀନରେ ଓଡ଼ିଶାର କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଗ୍ରାମ ପଞ୍ଚାୟତଗୁଡ଼ିକୁ ପାଇଲଟ ପ୍ରକଳ୍ପ ଭାବେ ଚୟନ କରାଯାଇଛି। ଦେଶର ମୋଟ ୬୦ଟି ପଞ୍ଚାୟତରେ ଚାଲିଥିବା ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ତୃଣମୂଳ ସ୍ତରରେ ଡିଜିଟାଲ ଶିକ୍ଷା, ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବିକାଶ ମୂଳକ ଯୋଜନା ପ୍ରସ୍ତୁତ କରାଯାଉଛି। ଶେଷରେ, ବିକଶିତ ଭାରତ ବିକଶିତ ଓଡିଶା ଗଠନ ପାଇଁ ବିକଶିତ ପଞ୍ଚାୟତର ଗୁରୁତ୍ୱକୁ ସମସ୍ତ ପ୍ରତିନିଧି ସ୍ୱୀକାର କରିଥିଲେ |

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ୮୨ ତମ ଜିଲ୍ଲା ପରିଷଦ ବୈଠକ :

    April 15, 2026 ରାଜ୍ୟ

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026 ଆଜିର ଖବର

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026 ଆଜିର ଖବର

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026 ଆଜିର ଖବର

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026 ଆଜିର ଖବର

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026 ରାଜ୍ୟ

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026 ରାଜ୍ୟ

    ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :

    April 15, 2026 ରାଜ୍ୟ

    ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::

    April 14, 2026 ଆଜିର ଖବର

    କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::

    April 14, 2026 ରାଜ୍ୟ

    କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::

    April 14, 2026 ଆଜିର ଖବର

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026 ରାଜ୍ୟ
    Watch YouTube

    You May Like

    ୮୨ ତମ ଜିଲ୍ଲା ପରିଷଦ ବୈଠକ :

    April 15, 2026

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.