ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର:- ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ତିନୋଟି ପରିବାର। କନକ ପରମେଶ୍ଵରୀ ମନ୍ଦିର ନିକଟରେ ଏକ ବକ୍ସାଇଟ ବୋଝେଇ ଆଲୁମିନିଅମ ଭାରସାମ୍ୟ ହରାଇ ୩ଟି ଘର ଉପରେ ଓଲଟି ପଡ଼ିଛି।
ଭୋର ସମୟରେ ବିଶାଖାପାଟଣାରୁ ଝାରସୁଗୁଡା ଯାଉଥିବା ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଘରଗୁଡ଼ିକର କାନ୍ଥ, ଆଜବେଷ୍ଟ ଓ ଘରୋଇ ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି।
ଦୁର୍ଘଟଣା ସମୟରେ ଘରଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
କିଭଳି ଏବଂ କେଉଁ ପରିସ୍ଥିତିରେ ବଲକରଟି ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଚାଲିଛି।
ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୩ ପରିବାର
By Charcha News












