ରାଜୀବ କୁମାର ଦାସ
କୋଲକତା :ପଶ୍ଚିମ ବଙ୍ଗ ରାଜ୍ୟ ବିଧାନ ସଭା ନିର୍ବାଚନ ପୂର୍ବରୁ ‘ଆକ୍ସନ ମୋଡ୍’ରେ ED! ଦକ୍ଷିଣ କୋଲକତା ସ୍ଥିତ ବାଲିଗଞ୍ଜରେ ‘ସୋନା ପପ୍ପୁ’ଙ୍କ ଘର ଉପରେ ଚଢାଉ, ବିଭିନ୍ନ ସ୍ଥାନରେ ତଲାସୀ
ବାଲିଗଞ୍ଜର ବିଶ୍ୱଜିତ ପୋଦ୍ଦାର ଓରଫ ସୋନା ପପ୍ପୁଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି।ଚଢାଉ ଜମି ହଡ଼ପ କରି ବେଆଇନ ନିର୍ମାଣ ସହିତ ଜଡିତ ଏକ ଆର୍ଥିକ ଦୁର୍ନୀତି ମାମଲାର ପୋଲିସ ତାଙ୍କୁ ଖୋଜୁଛି। ED ଅଧିକାରୀମାନେ ଆଜି ତାଙ୍କ ଘରେ ଚଢାଉ କରିଛନ୍ତି
ଆଜି ସକାଳ 7ଟାରେ ଦକ୍ଷିଣ କୋଲକତା ସ୍ଥିତ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ସୋନା ପପ୍ପୁଙ୍କ ଘର ଉପରେ ED ଚଢାଉ କରିଛି ଆହୁରି 5-6 ଟି ସ୍ଥାନରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି। ED ସୂତ୍ର ଅନୁସାରେ, ଏହି ଚଢାଉ ଜମି ହଡ଼ପ କରି ବେଆଇନ ନିର୍ମାଣ ସହିତ ଜଡିତ ଏକ ଆର୍ଥିକ ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ।
ଚର୍ଚ୍ଚା NEWS












