ରାଜ୍ୟ ପଶ୍ଚିମ ବଙ୍ଗର କୋଚ ବିହାର ଜିଲ୍ଲା ସ୍ଥିତ ଖଗରାବାଡ଼ି ଉତ୍ତେଜନାପୂର୍ଣ୍ଣ। ବିରୋଧୀ ଦଳ ନେତା ତଥା ବିଜେପି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ କୋଚ ବିହାର ଜିଲ୍ଲା ସ୍ଥିତ ଗସ୍ତକୁ ନେଇ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଖଗରାବାଡ଼ି ଅଞ୍ଚଳରେ ତୃଣମୂଳ କଂଗ୍ରେସ ଦଳର କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ସେହି ସମୟରେ ବିଜେପି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ଗାଡ଼ି ଓ ସୁରକ୍ଷା ରେ ଥିବା ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନ ଙ୍କ ଅନେକ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା।
ସ୍ଥାନୀୟ ସୂତ୍ର ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଯାଉଥିବା ଅନେକ ଗାଡ଼ି, ତାଙ୍କ କାର ସମେତ, ଭଙ୍ଗାରୁଜା କରାଯାଇଛି। ଘଟଣାସ୍ଥଳରେ ଏକ ବଡ଼ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତଥାପି, ଶୁଭେନ୍ଦୁ ଅଧିକାରୀ ଏବେ ବି ସୁସ୍ଥ ଥିବା କୁହାଯାଉଛି ଅନ୍ୟ ପଟେ ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଉଦୟନ୍ ଗୁହ କହିଛନ୍ତି ଏହି ଘଟଣା ରେ TMC ଦଳ କର୍ମୀ ଜଡ଼ିତ ନୁହନ୍ତି ବିଜେପି ଦଳ କର୍ମୀ ଙ୍କ ଦ୍ଵାରା ଷଡଯନ୍ତ୍ର ବିଜେପି ଦଳ କର୍ମୀ ମାନେ ନିଜ ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ଉପରେ ଆକ୍ରମଣ କରି TMC ଦଳ ଉପରେ ମିଛ କଥା କହୁଛନ୍ତି
ପ୍ରଶାନ୍ତ ରାଉଳ
କୋଲକତା












