by-ରାଜୀବ କୁମାର ବେହେରା
ଉଦଳା :: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ଲଗାଣ ବର୍ଷା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷାରେ ସ୍ଥିତି ପୁରା ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବରେ ଚାରିଆଡେ ବନ୍ୟା ଜଳ,ଶତାଧିକ ପରିବାର ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।
ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ଲଗାଣ ବର୍ଷା ଜାରି ହୋଇଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଗଙ୍ଗାହାର ନଦୀର ସମେତ, କାଳ, କନଠାଳ,ଦେଓ ନଦୀ,ସୁନେଇ ପ୍ରଭୃତି ନଦୀ ମାନଙ୍କରେ ବର୍ଷା ପାଣି ଏବଂ ବନ୍ୟାଜଳ ଗୋପବନ୍ଧୁ ନଗର ବ୍ଲକର ସାନଖୁଣ୍ଟା ପଞ୍ଚାୟତ ଅଧୀନ ଆଉଜାଖୁଣ୍ଟା ଓ ଖପରାପାଳ ଗ୍ରାମରେ ପ୍ରବେଶ କରିବାରୁ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି।
ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ବିଦ୍ୟାଳୟ ଓ ଆଶ୍ରୟସ୍ଥଳୀରେ ରଖାଯାଇଛି। ସୂଚନା ଅନୁଯାୟୀ, ଗୋପବନ୍ଧୁ ନଗର ବ୍ଲକର ୯ଟି ପଞ୍ଚାୟତର ୨୧ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି।
ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଚୁଡ଼ା, ଗୁଡ଼ ସମେତ ଆବଶ୍ୟକ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ, ଆଶ୍ରୟସ୍ଥଳୀରେ ରହୁଥିବା ୨୦୯ ଜଣଙ୍କୁ ଦୁଇଟି ରିଲିଫ୍ ସେଣ୍ଟର ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଣ ଚାଲିଛି। ବନ୍ୟାରେ ଆଉଜାଖୁଣ୍ଟା ଓ ଖପରାପାଳ ଗ୍ରାମର ୧୨ରୁ ଅଧିକ କଚ୍ଚା ଘର ଭାଙ୍ଗି ପଡ଼ିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଉଦଳା ବ୍ଲକ ରେ ବିଭିନ୍ନ ଅଞ୍ଚଳ ରେ ଜଳ ବନ୍ଦୀ ରେ ଥିବା ଚିତ୍ର ସାମ୍ନାକୁ ଆସିଛି, ସେହିଭଳି ଉଦଳା ଭୀମତାଳି, ବାଉଁଶପାଳ ରେ ବନ୍ୟା ପାଣି ରେ ଅନେକ ପରିବାର କ୍ଷତି ଗ୍ରସ୍ତ ହୋଇ ଛନ୍ତି, ତେବେ ବନ୍ୟା ପାଣି ହଠାତ. ମାଡ଼ି ଆସି ଥିବାବେଳେ ଉଦଳା ଶ୍ରୀରାମ ହେଲପ ଫର ଫାଉଣ୍ଡେସନ ପକ୍ଷରୁ ସମସ୍ତ ସଦସ୍ୟ ଭୀମତାଳି ଏବଂ ବାଉଁଶ ପାଳ ଅଞ୍ଚଳରେ ବିପଦ ବନ୍ଧୁ ସାଜି ଲୋକଙ୍କୁ ବନ୍ୟା ଜଳରୁ ଉଦ୍ଧାର କରିଛନ୍ତି l ସାଇଁକୁଳା ଅଞ୍ଚଳରେ ଘର ଭିତରକୁ ବନ୍ୟାଜଳ ପ୍ରବେଶ କରିଥିବା ବେଳେ, ଡ୍ରେନେଜ୍ ନିର୍ମାଣରେ ବିଳମ୍ବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବୋଲି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାନସ ମହାରଣା ଅଭିଯୋଗ କରିଛନ୍ତି। ବନ୍ୟା ପ୍ରଭାବରେ ସାଇଁକୁଳା–ସିରାଥଳି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଖୁଣ୍ଟା ବ୍ଲକର ଲକ୍ଷ୍ମଣାସାହି, କରକଡ଼ିଆ, ବଡ଼ଫେଣୀ ଓ ବାହାନଡ଼ା ପଞ୍ଚାୟତର ଏକାଧିକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବାରୁ ୧୧୦ରୁ ଅଧିକ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦ଟି ପରିବାରଙ୍କୁ ପଲିଥିନ୍ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି।
ଏହାଛଡ଼ା ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଥିବାରୁ କୃଷି କ୍ଷେତ୍ରରେ ବଡ଼ ଧରଣର କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି ।
ଚର୍ଚ୍ଚା NEWS












