ମାଲକାନଗିରି ୦୭/୦୮/୨୫(ରିପୋର୍ଟ୍, ମାନସ୍ ନେତାମ୍, ଚର୍ଚ୍ଚା ନ୍ୟୁଜ୍)
ମାଲକାନଗିରି ବନ ବିଭାଗ ଅନ୍ତର୍ଗତ MV-11 ଗାଁରେ ଏକ ଭାରତୀୟ ଅଜଗର ଉଦ୍ଧାର କରାଯାଇଛି। ଏହି ଅଜଗରକୁ ଜଣେ ପ୍ରଶିକ୍ଷିତ ସ୍ନେକ୍ ରେସ୍କ୍ୟୁର ଓ ବନ ବିଭାଗର ବନ୍ୟପ୍ରାଣୀ ଦଳ ସହ ମିଳି ଉଦ୍ଧାର କରିଥିଲେ। ପରେ, ସେହି ଅଜଗରକୁ ସୁରକ୍ଷିତ ଭାବେ ତାହାର ପ୍ରାକୃତିକ ଆବାସକୁ ଫେରାଇ ଦିଆଯାଇଛି।
ମାଲକାନଗିରି ଜିଲ୍ଲାରେ ବନ୍ୟଜନ୍ତୁ ଦେଖାଦେଲେ ସେଗୁଡିକୁ ମାରିବା ବଦଳରେ ବନ ବିଭାଗକୁ ସୂଚନା ଦେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ଏହା ବନ ବିଭାଗ ଦ୍ୱାରା ଚାଲାଯାଉଥିବା ଜନସଚେତନତା ଓ ସମ୍ବେଦନଶୀଳତା ଅଭିଯାନର ଫଳ। ଏହି ପରିବର୍ତ୍ତନଶୀଳ ମନୋଭାବ ସ୍ଥାନୀୟ ଜୀବ ବିବିଧତା ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହିସାବରେ ପରିଗଣିତ ହେଉଛି।
DFO ମାଲକାନଗିରି ଶ୍ରୀ ସାଇକିରଣ ଡି କହିଛନ୍ତି, “ମାଲକାନଗିରି ବନ ବିଭାଗ ଦ୍ୱାରା ଚାଲୁଥିବା ସଚେତନତା ଅଭିଯାନ ଫଳରେ ଲୋକେ ବନ୍ୟପ୍ରାଣୀ ସହ ସମ୍ମୁଖୀନ ହେଲେ ବିଭାଗକୁ ଅବଗତ କରୁଛନ୍ତି, ଏହି ଧାରାବାହିକ ପ୍ରୟାସ ଜୀବଜନ୍ତୁ ସଂରକ୍ଷଣ ପାଇଁ ଅତ୍ୟନ୍ତ ଜରୁରୀ।”
ତାଙ୍କ ନିତୃତ୍ୱରେ ଏପର୍ଯ୍ୟନ୍ତ ବହୁ ସଫଳ ବନ୍ୟଜନ୍ତୁ ଉଦ୍ଧାର ଅଭିଯାନ କରାଯାଇଛି, ଯାହା ବନ ବିଭାଗର କମିଟମେଣ୍ଟକୁ ସ୍ପଷ୍ଟ କରୁଛି।












