ବାଲେଶ୍ୱର/ ସୁବାଷ ମହାନ୍ତି:- ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆ ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବାର୍ଷିକ ଉତ୍ସବ ରେ ଶିଶୁ ବିକାଶ ବିଦ୍ୟା ମନ୍ଦିର, ସନ୍ତରାଗଡିଆ ର କାର୍ଯ୍ୟକାରୀ ଅଧ୍ୟକ୍ଷ ରବିନ୍ଦ୍ର କୁମାର ରଣାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ନାଥ ପଟନାୟକ ମୂଲ୍ୟବୋଧ ଭିତ୍ତିକ ଓ ସଂସ୍କାର ଯୁକ୍ତ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବାବା ପଞ୍ଚଲିଙ୍ଗେଶ୍ଵର କଲେଜର ଇଂରାଜୀ ବିଭାଗର ଅବସର ପ୍ରାପ୍ତ ଅଧ୍ୟାପିକା ଜ୍ୟୋତିର୍ମୟୀ ନାୟକ ପରିବାର କୈନ୍ଦ୍ରିକ ସମାଜର ଭଲ ମଣିଷ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁ ବିକାଶ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶିଶୁ ବିକାଶ ର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ଚଳିତ ଶିକ୍ଷା ୨୦୨୫-୨୬ ବର୍ଷ ଠାରୁ ମୁଖ୍ୟ ଅତିଥି ଜିତେନ୍ଦ୍ରନାଥ ପଟ୍ଟନାୟକ ଙ୍କ ଦ୍ୱାରା ସନ୍ତରାଗଡିଆ ଅଞ୍ଚଳର ଆଦର୍ଶ ଶିକ୍ଷକ “ଉପେନ୍ଦ୍ରନାଥ ପଟନାୟକ ସ୍ମୁତି ସମ୍ମାନ” ପୁରସ୍କାର ପ୍ରଦାନ କରିଥିଲେ ଓ ଏହି ପୁରସ୍କାର ପ୍ରତି ବର୍ଷ ଦିଆଯିବ ବୋଲି ମୁଖ୍ୟ ଅତିଥି ଘୋଷଣା କରିଥିଲେ । ଶିଶୁ ବିକାଶ ବିଦ୍ୟା ମନ୍ଦିର, ସନ୍ତରାଗଡିଆ ର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ ପ୍ରଥମ ଥର କରି ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି ,ପୂର୍ବତନ ପଞ୍ଚମ ଶ୍ରେଣୀ ର ସର୍ବୋଚ୍ଚ ନମ୍ବର ପାଇଁ ଛାତ୍ରୀ ଆଦ୍ୟାଶା ଆଗୁଆଡ, ସନ୍ତରାଗଡିଆ ମଧ୍ୟୋଚ୍ଚ ବିଦ୍ୟାଳୟ ର ମେଟ୍ରିକ୍ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ତନ୍ମୟ କୁମାର ସ୍ବାଇଁ ଙ୍କୁ ପ୍ରତିଭା ସମ୍ମାନ ପୁରସ୍କୁତ କରିଥିଲେ। ଶିଶୁ ବିକାଶ ବିଦ୍ୟା ମନ୍ଦିର, ସନ୍ତରାଗଡିଆ ର ଉପଦେଷ୍ଟା ସଦସ୍ୟ ସୁରେନ୍ଦ୍ର କୁମାର ରାଉଳ ସଭାକାର୍ଯ୍ୟ ଶେଷରେ ଧନବାଦ ଜ୍ଞାପନ କରିଥିଲେ ।
ଶେଷ ପର୍ଯ୍ୟାୟ ରେ ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୁରୁମା ସସ୍ମିତା ସ ,ଗୁରୁମା ନିର୍ମଳା ଜେନା ଓ ଗୁରୁମା ମଧୁସ୍ମିତା ମଞ୍ଚ ପରିଚାଳନା କରିବା ସହିତ ଗୁରୁଜୀ କାର୍ତ୍ତିକେଶ୍ୱର ବାରିକ୍, ଗୁରୁଜୀ ପ୍ରିୟରଞ୍ଜନ ବେହେରା,ଗୁରୁମା ଵନୀତାରାଣୀ ଖଟୁଆ,ଗୁରୁମା ସାଇପ୍ରଭା ପାଣିଗ୍ରାହୀ,ଗୁରୁମା ପଦ୍ମିନୀ ରାଉଳ,ଗୁରୁମା ସଞ୍ଜନା ମହାରଣା, ଶିଶୁ ସେବିକା ସୁଲୋଚନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ନୃତ୍ୟଶିଳ୍ପୀ ପ୍ରଶାନ୍ତ କୁମାର ରାଉତ, ପରିଚାଳନା ସମିତି ର ସଭ୍ୟା ଶର୍ମିଷ୍ଠା ପାଣିଗ୍ରାହୀ ଓ ସଭ୍ୟା ମମତାରାଣୀ ପାଣିଗ୍ରାହୀ ଓ ଉପଦେଷ୍ଟା ସଦସ୍ୟ ଟୁନୁ ପଟନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ରହି ବାର୍ଷିକ ଉତ୍ସବ ର ସମସ୍ତ ଵ୍ୟଵସ୍ଥା ଆୟୋଜନ କରିଥିଲେ ।
ଶିଶୁ ବିକାଶ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ
By Charcha News












