କଟକ:- ଜିଲ୍ଲାରେ ସଡକ ସୁରକ୍ଷାକୁ ଦୃଢ କରିବା ଓ ଯାତାୟାତ ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶଙ୍କ ନିର୍ଦ୍ଦେଶ ରେ ଆଜି ଏକ ବିଶେଷ ଅଭିଯାନ କରାଯାଇଛି। ମଙ୍ଗୁଳି, ଓମପି, ତ୍ରିଶୁଳିଆ , ବାଙ୍କୀ ରୋଡ, କନ୍ଦରପୁର, ନରାଜ ଓ କିଶନନଗର ଅଞ୍ଚଳରେ କଡାକଡି ଭାବେ ସମସ୍ତ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏହି ଅଭିଯାନରେ ମୋଟ ୨୧୯ଟି ଚାଲାଣ ଆଦାୟ କରାଯାଇଛି। ଏଥିରେ ଦ୍ରୁତଗତିରେ ୮୪ ଟି, ହେଲମେଟ୍ ନ ପିନ୍ଧିବା ୩୭ ଟି, କର ଅଦାୟ ୫୮ ଟି, ନୋ ପାର୍କିଂ ୧୦ ଟି, ଟ୍ରିପଲ୍ ରାଇଡିଂ ୩ ଟି, ମୋବାଇଲ୍ ବ୍ୟବହାର କରି ଡ୍ରାଇଭିଂ ୩ଟି, ଓଭରଲୋଡ୍ ୨ ଟି, ଓଡିସି ୨ ଟି, ଭୁଲ ପଥରେ ଚାଳନା ୨ ଟି, ଜିଭିସିପି ୨ ଟି , ଏଫ୍ସି/ଆଇସି/ଆର୍ପି ସମ୍ବନ୍ଧୀୟ ୧୫ ଟି ଓ ମଦ୍ୟପାନ କରି ଡ୍ରାଇଭିଂ ରେ ଗୋଟିଏ ମାମଲା ଚିହ୍ନଟ ହୋଇଛି।
ଏଥି ସହିତ, ସାଧାରଣ ଲୋକମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ହେଲମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ବ୍ୟବହାର, ଡ୍ରାଇଭିଂ ସମୟରେ ମୋବାଇଲ୍ ବ୍ୟବହାର ନ କରିବା ଓ ଯାନରେ ରିଫ୍ଲେକ୍ଟିଭ୍ ଟେପ୍ ବ୍ୟବହାର ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଆଜିର ଏହି ଅଭିଯାନରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦାଶଙ୍କ ସମେତ ମୋଟର ଭେଇକିଲ୍ ଇନ୍ସପେକ୍ଟର ରୂପାଲିନ୍ ବାହୁବଳେନ୍ଦ୍ର , ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା, ସହକାରୀ ମୋଟର ଭେଇକିଲ୍ ଇନ୍ସପେକ୍ଟର ନିହାରିକା ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ସଡକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଭିଯାନ: ୨୧୯ଟି ଚାଲାଣ, ସଚେତନତାକୁ ଗୁରୁତ୍ଵ
By Charcha News












