ଉଦଳାଠାରେ ଭବ୍ୟ ଆୟୋଜନରେ ପାଳିତ
BY- ରାଜୀବ କୁମାର ବେହେରା Dt- 2 .4 2026:
ଉଦଳା : Dt- 2 .4 2026 : ମୟୁରଭଞ୍ଜ ଜିଲ୍ଲାର ଉଦଳା ସହରରେ ୯୧ତମ କପ୍ତିପଦା ଉପଖଣ୍ଡସ୍ତରୀୟ ଓଡିଶା ଦିବସ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଅବସରରେ ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳକୁ ଦେଶଭକ୍ତିମୟ ପରିବେଶରେ ଭରିଦେଇଥିଲା।
ପ୍ରଭାତ ୪ଟା ୩୦ ମିନିଟରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ଆନୁକୂଳ୍ୟରେ ଉଦଳା ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପ୍ରଭାତଫେରୀ ଆୟୋଜିତ ହୋଇ ସମଗ୍ର ସହରକୁ ଉତ୍ସବମୟ କରିଥିଲା।
ସକାଳ ୭ଟାରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀରେ ବୀର ଚିର୍ସାମୁଣ୍ଡା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଡ଼. ବି.ଆର. ଆମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନଙ୍କ ଦ୍ୱାରା ଧୂପଦୀପ ସହ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଏହି ଅବସରରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ, ବିଡିଓ ସମରଜିତ୍ କର, ତହସିଲଦାର ସୁପ୍ରଭା ଦାସ ସହ ବହୁ ଅଧିକାରୀ, ରାଜନୈତିକ ନେତୃବୃନ୍ଦ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।
ପରେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ସଭାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ ସହ ଓଡିଶୀ ନୃତ୍ୟ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ସଭାରେ ଅତିଥିମାନେ ସ୍ୱତନ୍ତ୍ର ଓଡିଶା ଗଠନରେ ମୟୁରଭଞ୍ଜର ଅବଦାନ ଉପରେ ଆଲୋକପାତ କରିଥିବାବେଳେ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, କଳାକାର ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଆୟୋଜିତ ପାରମ୍ପାରିକ ଓଡିଆ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।
ସମଗ୍ର କାର୍ଯ୍ୟକ୍ରମଟି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା।
ଚର୍ଚ୍ଚା news












