ଉଦଳା – (ରାଜୀବ କୁମାର ବେହେରା ) – ସରକାରୀ ସ୍କୁଲରେ ମିଳୁ ନାହିଁ ମୌଳିକ ସୁବିଧା , ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର, ଆସିଲା ବଡ ଅଭିଯୋଗ l ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି l
ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅଧିନସ୍ଥ କରକଚିଆ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ l ଛାତ୍ର ଛାତ୍ରୀ ଙ୍କ କହିବା ଅନୁସାରେ ଆଜକୁ ପ୍ରାୟ ୩ରୁ ଚାରି ସପ୍ତାହ ବିତି ଯାଇ ଥିଲେ ମଧ୍ୟ ପାଣିସମସ୍ୟା ସମାଧାନ ହୋଇ ପାରିନାହିଁ , ହନ୍ତସନ୍ତ ହେଉଛନ୍ତି ଛାତ୍ର ଛାତ୍ରୀ, ଯେଉଁ ଘଟଣା ଏକ ନିନ୍ଦନୀୟ ଘଟଣା l ଦିନକୁ ଦିନ ବଢ଼ୁଛି ଅବ୍ୟବସ୍ଥା। ପାଣି ପାଇଁ କଳ ଲାଗିଥିଲେ ମଧ୍ୟ ସେଥିରୁ ପାଣି ମିଳୁନାହିଁ । ତିବ୍ର ଗରମରେ ଛାତ୍ରଛାତ୍ରୀମାନେ ଶୋଷରେ ଆଉଟୁ ପାଉଟୁ ହେଉଥିବା ବେଳେ, ସ୍କୁଲ ଏବଂ ଶିକ୍ଷା ଅଧିକାରୀମାନେ ଗଭୀର ନିଦ୍ରାରେ ରହିଥିବା ଭଳି ଘଟଣା ଦେଖିବାକୁ ମିଳୁଛି ।
ସରକାର ପରିବର୍ତ୍ତନ ହେଲେ ମଧ୍ୟ ପରିସ୍ଥିତିର କୌଣସି ସୁଧାର ଦେଖିବାକୁ ମିଳୁନି। ଦୀର୍ଘ ତିନି-ଚାରି ସପ୍ତାହ ଧରି ପାଣି ସମସ୍ୟା ଗୁରୁତର ଅବସ୍ଥାରେ ରହିଛି। ଦୁଃଖର ବିଷୟ, ସରକାର ଶିକ୍ଷା ଅନୁଷ୍ଠାନରେ ପ୍ରଚୁର ପାଣି ଓ ଓଆରେସ ମଜୁତ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ, ଏଠାରେ ସେହି ନିୟମକୁ ଫୁ କରି ସରକାରଙ୍କ ନିୟମକୁ ଉଲଂଘନ କରାଯାଇଛି।
ଏହି ଅବହେଳା ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ କେବେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ? ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ।
ପ୍ରଶ୍ନ ଉଠୁଛି— କେବେ ପଡିବ ଶିକ୍ଷା ବିଭାଗର ନଜର?
କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା?
ଶିକ୍ଷା କେବଳ ପୁସ୍ତକରେ ସୀମିତ ନୁହେଁ; ମୌଳିକ ସୁବିଧା ମଧ୍ୟ ତାହାର ଅଂଶ। ଏହି ଅବହେଳା କେବଳ ଏକ ସ୍କୁଲର ସମସ୍ୟା ନୁହେଁ, ଆଗାମୀ ପିଢ଼ିର ଭବିଷ୍ୟତ ସହିତ ଖେଳ। ସମସ୍ୟା ର ସମାଧାନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ
ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଚର୍ଚ୍ଚା ଜୋରଦାର ହେଉଛି। ଯଦି ଖୁବ ଶୀଘ୍ର ଯଥାଚିତ ପଦକ୍ଷେପ ନିଆଯାଇନଯାଏ, ତେବେ ଏହା ଆଗାମୀ ଦିନରେ ଏକ ବଡ଼ ଧରଣର ଜନଆନ୍ଦୋଳନର ରୂପ ନେଇପାରେ ବୋଲି ସୂଚନା ମିଳିଛି।
ସରକାରୀ ସ୍କୁଲ ରେ ମିଳୁନାହିଁ ମୌଳିକ ଅଧିକାର,କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜଳ ଶଙ୍କଟ
By Charcha News












