ଉଦଳା – (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ବେଆଇନ ବାଲି ଓ ପଥର ଖନନ କାରୋବାର ଦିନକୁ ଦିନ ବଢ଼ୁଥିବା ବେଳେ, ସରକାରୀ ରାଜସ୍ୱର ଖୋଲାମେଲା ଲୁଟ ଚାଲିଥିବା ଅଭିଯୋଗ ଆସୁଥିଲା। ଏହାରେ ପ୍ରଶାସନ ଶେଷରେ କଡା ପଦକ୍ଷେପ ନେଇଛି।
କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଉଦଳା ଥାନା ଅନ୍ତର୍ଗତ ହୁଡ଼ିସାହି ଅଞ୍ଚଳରେ ସନ୍ଦେହଜନକ ଭାବରେ ଚାଲୁଥିବା କିଛି ଗାଡି ଉପରେ ତାଙ୍କ ନଜର ପଡ଼ିଥିଲା। ସେ ତୁରନ୍ତ ପୋଲିସକୁ ସୂଚନା ଦେଇ ଚଢାଉ କରାଇଥିଲେ।
ଏହି ଚଢାଉରେ ପଥର ବୋଝେଇ ଗୋଟିଏ ଟ୍ରାକ୍ଟର, ଗୋଟିଏ JCB ଓ ଖାଲି ଥିବା ୪ଟି ଟ୍ରାକ୍ଟରକୁ ଜବଦ କରାଯାଇଛି। ସମସ୍ତ ଜବଦ ଗାଡିକୁ ମାଇନିଂ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପରେ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ଭାବେ ପଥର ଖନନ ଓ ପରିବହନ ଚାଲିଥିଲା। ଏହାକୁ ନେଇ ଅନେକ ଅଭିଯୋଗ ଆସୁଥିବା ସତ୍ତ୍ୱେ, କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେବେ ଏହି ଚଢାଉ ପରେ ଅବୈଧ କାରୋବାରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି।
ଏବେ ପ୍ରଶ୍ନ ଉଠୁଛି—ଏହି ବେଆଇନ ଖନନ କାରୋବାର କେତେଦିନ ଧରି ଚାଲୁଥିଲା ଓ କାହାର ଆଶ୍ରୟରେ ଏହା ବିକାଶ ପାଇଥିଲା? ପ୍ରଶାସନ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଏବେ
ହୁଡ଼ିସାହି ଅଞ୍ଚଳରୁ ବେଆଇନ ପଥର କାରୋବାର ଉପରେ ଚଢାଉ, ୫ ଟ୍ରାକ୍ଟର ସହ JCB ଜବଦ
By Charcha News












