ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର :-ରାୟଗଡ଼ା ଜିଲ୍ଲା ପଦ୍ମପୁର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ସୋମବାର ପୋଷଣ ବି ପୋଡାଇ ବି କୁ ନେଇ ୩ଦିନିଆ ତାଲିମ ଶିବିର ଶୁଭ ଉଦଘାଟନ ହୋଇଯାଇଛି।ପଦ୍ମପୁର ସିଡ଼ିପିଓ ଭାରତୀ ବ୍ରହ୍ମା ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଏହି ତାଲିମ ଶିବିର ରେ ମାଷ୍ଟର ଟ୍ରେନର ଭାବରେ ଦୁଇ ସୁପରଭାଇଜର ସନ୍ଧ୍ୟାରାଣୀ ଦାସ ଓ ସାବିତ୍ରୀ ନାୟକ ଯୋଗ ଦେଇ ଅଙ୍ଗନୱାଡି କର୍ମୀ ଙ୍କୁ ତାଲିମ ପ୍ରଦାନ କରିଥିଲେ।ବିଶେଷ କରି ଶିଶୁ ଙ୍କ ଅପପୃଷ୍ଟି ଓ ବିଭିନ୍ନ ସମସ୍ୟା ଦୂର କରିବା ଏବଂ ଜନ ସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା କରିବା ।ମହିଳା ଓ କିଶୋରୀ ବାଳିକା ମାନଂକ ପୋଷଣ ଉପରେ ସଚେତନତା ଅଧିକରୁ ଅଧିକ ସଚେତନତା କରିବା ଏହାର ମୂଳ ଲକ୍ଷ ବୋଲି କହିଥିଲେ ସିଡ଼ିପିଓ ଭାରତୀ ବ୍ରହ୍ମା।ଏହି ଶିବିର ରେ ପଦ୍ମପୁର ବ୍ଲକ ର ସମସ୍ତ ଅଙ୍ଗନ ୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ।
ଅଙ୍ଗନୱାଡି କର୍ମୀ ଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ
By Charcha News












