BY- ରାଜୀବ କୁମାର ବେହେରା – Dt-1.4.2026
ଉଦଳା :: ରାଜୀବ କୁମାର ବେହେରା Dt-1.4.2026 ଆଧୁନିକ ଯୁଗରେ ଆଜିବି ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ର ଭ୍ରମ ବସା ବାନ୍ଧି ରହିଛି , ଆଉ ଏହି ଅନ୍ଧ ବିଶ୍ୱାସ ରେ କିଛି ଲୋକ ବଶବର୍ତ୍ତୀ ହୋଇ ମଣିଷତ୍ୱ ହରାଇ ଅଘଟଣ ଘଟlଉଥିବା ଚିତ୍ର ସାମ୍ନାକୁ ଆସିଛି l ଏଭଳି କିଛି ଘଟଣା ଉଦଳା ଅଞ୍ଚଳରେ ଚର୍ଚ୍ଚା ଭାଇରlଲ ହେବାରେ ଲାଗିଛି l ବହୁ ରେ ଆକ୍ରସର ଶିକାର ହୋଇ ଶାଶୁ ଗୁରୁତର l ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ୱାର୍ଡ, ମେଣ୍ଢାଖାଇ ଅଞ୍ଚଳରେ ଘଟିଛି ଏକ ନୃଶଂସ ଓ ହୃଦୟ ବିଦାରକ ଛାତିଥର ଘଟଣା। ବହୁ ସାଜିଲା ଶାଶୁ ପାଇଁ ଶୈତାନ l ଗୁଣି-ଗାରିଡି ସନ୍ଦେହରେ ଜଣେ ବହୁ ନିଜ ଶାଶୁ ସାବିତ୍ରୀ ଦତ୍ତ ଙ୍କୁ ନିର୍ମମ ଭାବେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି।
ଅଭିଯୋଗ ଅନୁସାରେ, ବହୁ ମାମି ଦତ୍ତ ବେତ ବାଡ଼ିରେ ଶାଶୁଙ୍କୁ ଅମାନବିକ ଭାବେ ପିଟିବା ସହିତ ପରିବା କଟା ପନିକି ସାହାଯ୍ୟରେ ଆକ୍ରମଣ କରିଥିଲେ ଲହୁଲୁହା କରିଥିବା ଘଟଣା ଏବେ ଚର୍ଚ୍ଚାରେ। କାରଣ ଅସ୍ପଷ୍ଟ ତେବେ ଗୁଣି ଗାରେଡି ସନ୍ଦେହ ଆକ୍ରମଣ ର କାରଣ ବୋଲି ଶୁଣିବାକୁ ମିଳୁଛି l ଏହି ନିର୍ମମ ଘଟଣା ସମୟରେ ପୁଅ ସାମ୍ନାରେ ଥିଲେ ମଧ୍ୟ ନିରବ ରହିଥିବା ଘଟଣା ଅଧିକ ଚମକ ସୃଷ୍ଟି କରିଛି। ତେବେ
ଗୁରୁତର ଅବସ୍ଥାରେ ଥିବା ସାବିତ୍ରୀଙ୍କୁ ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ପଠାଇଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ମାନବିକତାକୁ ପ୍ରଶ୍ନର ସମ୍ମୁଖୀନ କରିଛି।
ଅନ୍ଧବିଶ୍ୱାସ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏହା ଜ୍ୱଳନ୍ତ ଉଦାହରଣ। ପୋଲିସ ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ସାମ୍ନାକୁ ଆସିବା ନେଇ ସୂଚନା l
ସଚେତନତା ହିଁ ଏକମାତ୍ର ଉପାୟ ଅନ୍ଧବିଶ୍ୱାସକୁ ନା କହନ୍ତୁ ।
ଚର୍ଚ୍ଚା news












