DT- 4.4.2026.26 :: ମଧ୍ୟାହ୍ନ କଟକ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ସେଭେନ ପିଲର ସଭାଗୃହ ଠାରେ ଏକ ଆନ୍ତଃ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ହୋଇଥିବା ଫଟୋ ଚିତ୍ର ପ୍ରତିଯୋଗିତା ରେ ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ଓ ହେମନ୍ତ କୁମାର ମହାରଣା ଜୁରୀ ଭାବେ ଯୋଗ ଦେଇଥିଲେ ! କଲେଜ ରେ ପ୍ରଥମ ଥର ଆୟୋଜନ ହୋଇଥିଲା,ଏଥିରେ ଓଡ଼ିଶାର ବିଭିନ୍ନ କଲେଜ ରୁ ମୋଟ 17 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ, ସେଥିମଧ୍ୟରୁ ତିନି ଜଣଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ପାଇଁ ମନୋନୀତ କରାଯାଇଥିଲା ସଂଧ୍ୟାରେ କଲେଜର ଏକ ସ୍ୱତନ୍ତ୍ର ଉତ୍ସବ ରେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବା ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ର ଦିବ୍ୟଜ୍ୟୋତି ରାଉତଙ୍କୁ 30,000 ଟଙ୍କା ଅର୍ଥରାଶି ଓ ଟଫି , ଦ୍ୱତୀୟ ଖଲିକୋଟ ବିଶ୍ୱବିଦ୍ୟାଳୟ ର ଦୀପକ ରାଘସଙ୍କୁ 15,000 ଟଙ୍କା ଅର୍ଥରାଶି ସହ ଟଫି ଓ ତୃତୀୟ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ର ପ୍ରଜ୍ଞାପ୍ରିୟଦର୍ଶିନୀ ରାଉତଙ୍କୁ 10,000ଟଙ୍କା ଅର୍ଥ ରାଶି ସହ ଟଫି ମୂଖ୍ୟ ଅତିଥି କଟକ ଚୌଦ୍ୱାର ବିଧାୟକ ସୌ୍ଭିକ ବିଶ୍ୱାଳ ପ୍ରଦାନ କରିଥିଲେ !
ଚର୍ଚ୍ଚା news












