BY-ଚିନ୍ମୟ ନାୟକ
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳ ରେ ଅଘଟଣ । ନଦୀ ପାଣିରେ ବୁଡି ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାସ ଗ୍ରାମର ଆଶିପ ଖାଁ ବୋଲି ଜଣାପଡିଛି । ସେ ଧର୍ମଶାଳା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମକୁ ଏକ ବିବାହ ଉତ୍ସବ ରେ ଯୋଗ ଦେବାକୁ ଆସିଥିଲେ । ତେବେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ତାଙ୍କର ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେ l ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା। ଉପସ୍ଥିତ ସଙ୍ଗମାନେ ଗ୍ରାମବାସୀଙ୍କୁ ଡାକି ତାଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଥିବା ବେଳେ ଧର୍ମଶାଳା ପୋଲିସ ଶବ ଜବତ୍ କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଘଟଣା ପ୍ରଚାରିତ ହେବ ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ଯାଜପୁର ରୁ ଚିନ୍ମୟ ନାୟକ |
ଚର୍ଚ୍ଚା ନିୟୁଜ୍












