DT-30-3-2026 :: ଆଜି ସକାଳ ୯ ଘଟିକା ସମୟରେ ଓଡ଼ିଶା ଡ୍ରାଇଭର ମହାସଂଘ ମହାପରିବାର ପକ୍ଷରୁ କଟକ ରେଡକ୍ରସ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିରକୁଆୟୋଜିତ ହୋଇଯାଇଥିଲା, ଏହି ରକ୍ତଦାନ ଶିବିରକୁ ନିଖିଳ ଉତ୍କଳ ଅଟୋ ଚାଳକ ମହାସଂଘ ସଭାପତି ତଥା ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଉଦଘାଟନ କରିଥିଲେ. ସୂଚନା ଅନୁସାରେ ଏହି ରକ୍ତଦାନ ଶିବିରରେ ସଂଗ୍ରହ କରାଯାଇଥିବା ରକ୍ତ କୁ ଥାଲେସେମିଆ ରେ ପୀଡିତ ଛୋଟ ଛୋଟ ଶିଶୁଙ୍କୁ ସମର୍ପିତ କରିବା ସହିତ ଖରାଦିନରେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦୂର ପାଇଁ ଏହି ଶିବିରଟିର ଆୟୋଜନ ହୋଇଥିଲା . ଏହି ରକ୍ତଦାନ ଶିବିରରେ ପ୍ରାୟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଅଛି . ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ କଟକ ଅଟୋ ମହାସଂଘ ସାଧାରଣ ସମ୍ପାଦକ ଶୈଲେନ ଧଳ, ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ , ଓଡ଼ିଶା ଡ୍ରାଇଭର ମହାସଂଘ ମହାପରିବାର ସଭାପତି ସୁମନ ଅଲ୍ଟିଆ , ଶତାଧିକ ଅଟୋ ଚାଳକ ଭାଇ ପ୍ରମୁଖ ଉପସ୍ଥିତ ଥିଲେ |
ଚର୍ଚ୍ଚା News












