ଏହି ଇଭେଣ୍ଟ୍ରେ ଚୀନ୍ର ଜିଫେଇ ୱାଙ୍ଗ, ଜିଆୟୁ ହାଁ ଓ ୟୁଚେଁ ଡୁଙ୍କ ଦଳ ୧୯୦୪.୨ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛି। ଚୀନ୍ ଦଳର ଏହି ପ୍ରଦର୍ଶନ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି।
ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ପଦକ ଅଭିଯାନ ରୌପ୍ୟ ପଦକରୁ ଆରମ୍ଭ କରିଛି। ୧୦ ମିଟର ଏୟାର ରାଇଫଲ୍ ମହିଳା ଦଳ ଭାରତ ପାଇଁ ପ୍ରଥମ ପଦକ ଜିତିଛି। ଏଲାଭେନି ଭାଲାରିଭାନ୍, ସୋନମ ମସ୍କାର ଓ ବିଦର୍ଶା କେ ବିନୋଦଙ୍କୁ ନେଇ ଗଠିତ ଭାରତୀୟ ଦଳ ରବିବାର ଦମଦାର ପ୍ରଦର୍ଶନ କରି ୧୮୯୮.୦ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ନିଶ୍ଚିତ କରିଛି।
ଏହି ଇଭେଣ୍ଟ୍ରେ ଚୀନ୍ର ଜିଫେଇ ୱାଙ୍ଗ, ଜିଆୟୁ ହାଁ ଓ ୟୁଚେଁ ଡୁଙ୍କ ଦଳ ୧୯୦୪.୨ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛି। ଚୀନ୍ ଦଳର ଏହି ପ୍ରଦର୍ଶନ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଜାପାନର ହିନାତା ତାଇଚି, ମିସାକି ନୋବାତା ଓ ଶିଓରି ହିରାତା ୧୮୯୭.୧ ସ୍କୋର ସହ କାଂସ୍ୟ ପଦକ ହାସଲ କରିଛନ୍ତି।
ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ୍ ଦଳଗତ ବର୍ଗରେ ଭାରତ ପାଇଁ ଏହା କ୍ରମାଗତ ଦ୍ୱିତୀୟ ପଦକ। ୨୦୨୩ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ ମହିଳା ଦଳ ଏହି ଇଭେଣ୍ଟ୍ରେ ରୌପ୍ୟ ପଦକ ଜିତିଥିଲା।
ଅନ୍ୟପକ୍ଷରେ, ବ୍ୟକ୍ତିଗତ ବର୍ଗରେ ମଧ୍ୟ ଭାରତୀୟ ଶୁଟରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଏଲାଭେନି ୬୩୪.୧ ସ୍କୋର କରି ତୃତୀୟ ଏବଂ ସୋନମ ମସ୍କାର ୬୩୩.୫ ସ୍କୋର ସହ ସପ୍ତମ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଚୀନ୍ର ୱାଙ୍ଗ ୬୩୬.୮ ସ୍କୋର ସହ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷରେ ରହିଛନ୍ତି। ତେବେ ବିଦର୍ଶା ୬୩୦.୪ ସ୍କୋର ସହ ଦ୍ୱାଦଶ ସ୍ଥାନରେ ରହି ଫାଇନାଲ୍ରୁ ବଞ୍ଚିତ ହୋଇଛନ୍ତି। ଭାରତୀୟ ଶୁଟରଙ୍କ ଏହି ସଫଳତା ଚଳିତ ଏସୀୟ କ୍ରୀଡ଼ାରେ ଦେଶର ପଦକ ଅଭିଯାନକୁ ଉତ୍ସାହଜନକ ଆରମ୍ଭ ଦେଇଛି ।
ଚର୍ଚ୍ଚା tv












