୨ ଚୋରାଚାଲାଣ କlରି ଗିରଫ:
by- ରାଜୀବ କୁମାର ବେହେରା
ଉଦଳା : -ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବନବିଭାଗ ଅଧୀନ କୁଆମରା ବାଲିଚିଲମା ଅଞ୍ଚଳରୁ ବେଆଇନ ଆକାଶିଆ କାଠ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍କୁ ଉଦଳା ବନବିଭାଗ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ JH-05L-4901 ନମ୍ବର ବିଶିଷ୍ଟ ପିକ୍ଅପ୍ ଭ୍ୟାନ୍ରେ କାଠ ଚୋରାଚାଲାଣ ହେଉଥିବା ନେଇ ବନବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଉଦଳା ରେଞ୍ଜର ସୁଶାନ୍ତ କୁମାର ଦେଙ୍କ ନିର୍ଦ୍ଦେଶକ୍ରମେ ଉଦଳା ବନବିଭାଗ ଷ୍ଟାଫ୍ ଓ କୁଆମରା ବନକର୍ମଚାରୀଙ୍କ ମିଳିତ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ବନବିଭାଗକୁ ଦେଖି ଦୁଇଜଣ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ। ସେମାନେ ବଡ଼ସାହି ଅଞ୍ଚଳର ଗଣେଶ ବାରିକ ଓ ଘନଶ୍ୟାମ ନାୟକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ମଧ୍ୟ ଜବତ ହୋଇଛି।
ଜବତ କାଠର ଆନୁମାନିକ ମୂଲ୍ୟ ୨୦ରୁ ୩୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଶିମିଳିପାଳ ପାଦଦେଶରୁ କାଠ ଓ ମାଙ୍କଡ଼ା ପଥରର କଥିତ ଚୋରାଚାଲାଣ ଉପରେ ବନବିଭାଗର ନଜର ଓ ଆଗାମୀ କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଚର୍ଚ୍ଚା TV












