ଚାରିଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏମ୍ଏମ୍ଡିଆର ଆଇନ ୨୦୨୬ ପ୍ରତ୍ୟାହାର ଦାବି ସହ ଏସ୍ଆଇଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ମେଣ୍ଟ।
କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ଗଡ଼ିବନି ଗାଡ଼ି, ଖୋଲିବନି ଦୋକାନ । ଜରୁରୀ ସେବାକୁ ଛାଡ଼ି ସବୁ ହୋଇଯିବ ଠପ୍ । ଆସନ୍ତାକାଲି ରାଜରାସ୍ତାରେ ଶକ୍ତି ଦେଖାଇବେ ବିରୋଧୀ ମେଣ୍ଟ। ସକାଳ ୬ରୁ ସନ୍ଧ୍ୟା ୬ଟା । ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ରାଲି, ପିକେଟିଂ ଓ ବିକ୍ଷୋଭ ଜରିଆରେ ବନ୍ଦକୁ ସଫଳ କରିବାକୁ କଂଗ୍ରେସ ଓ ବାମ ଦଳ ସହ ଇଣ୍ଡିଆ ବ୍ଲକ୍ର ନେତାଙ୍କ ରଣନୀତି । ଆଉ ଏହାରି ଭିତରେ ବନ୍ଦକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।
ଚାରିଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏମ୍ଏମ୍ଡିଆର ଆଇନ ୨୦୨୬ ପ୍ରତ୍ୟାହାର ଦାବି ସହ ଏସ୍ଆଇଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ମେଣ୍ଟ। ସେହିପରି ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ଦାବି ମଧ୍ୟ ରହିଛି ।
ଦାବି ହାସଲ ପାଇଁ ବନ୍ଦକୁ ଅସ୍ତ୍ର କରିଛି ବିରୋଧୀ। ଆଉ ଏହାକୁ ନେଇ ସରକାରଙ୍କୁ ଘେରିବାକୁ ମଇଦାନକୁ ଓହ୍ଲାଇଛି ଇଣ୍ଡିଆ ବ୍ଲକ୍ । ତେବେ ବନ୍ଦକୁ ନେଇ ରାଜନୀତି ଯେତିକି, ଜନଜୀବନକୁ ନେଇ ଚିନ୍ତା ମଧ୍ୟ ସେତିକି। ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଯାତାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ନଜର ପକାନ୍ତୁ କ’ଣ ବନ୍ଦ ରହିବ ଓ କ’ଣ ଖୋଲା ରହିବ ।
କ’ଣ ବନ୍ଦ? କ’ଣ ଖୋଲା?
ଅଟୋ ବସ୍
ଟ୍ୟାକ୍ସି ସ୍କୁଲ୍
ଟ୍ରକ୍ କଲେଜ
ସାଧାରଣ ପରିବହନ ଔଷଧ ଦୋକାନ
ଅଦାଲତ ହସ୍ପିଟାଲ୍
ବ୍ୟାବସାୟିକ ପ୍ରତିଷ୍ଠାନ ଆମ୍ବୁଲାନ୍ସ
ଦୋକାନ ବଜାର କ୍ଷୀର ଗାଡ଼ି
ଚର୍ଚ୍ଚା tv












