ଭୟଭୀତ ଅବସ୍ଥାରେ ଗ୍ରାମବାସୀ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଖୁଆଡ଼ ଗ୍ରାମରେ, ସୂଚନା ଅନୁଯାୟୀ ରାଇବଣିଆ ବନ ବିଭାଗ ଅଞ୍ଚଳରେ ଦୀର୍ଘ ଦିନ ହେବ କିଛି ଝାଡ଼ଖଣ୍ଡି ହାତୀ ରହି ଛନ୍ତି, ଏହି ହାତୀଗୁଡିକ ଦିନରେ ଜଙ୍ଗଲ ଭିତରେ ରହୁଥିବା ବେଳେ ରାତି ହେଲେ ପାଖ ଗାଁ ଭିତରେ ପଶି ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଚାଷ ଜମିରେ ପଶି ଚାଷ ନଷ୍ଟ କରୁଛନ୍ତି, ତେବେ ଆଜି ସକାଳ ସମୟରେ ଏକ ଗୋଠ ଛଡା ଦନ୍ତା ଖୁଆଡ଼ ଗ୍ରାମରେ ପଶି ତାଣ୍ଡବ ରଚି ଥିବା ଦେଖିବାକୁ ମିଳିଛି, ହାତୀକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଖବର ପାଇ ରାଇବଣିଆ ବନ ବିଭାଗ ପହଂଚି ହାତୀକୁ ପାଖ ଜଙ୍ଗଲକୁ ଘଉଡ଼ାଇ ଥିବା ଦେଖିବାକୁ ମିଳିଛି ।
ଚର୍ଚ୍ଚା news












