ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି, ଯାହାକୁ ରାଜନୈତିକ ଓ ପ୍ରଶାସନିକ ମହଳରେ ବହୁତ ଗୁରୁତ୍ୱ ଦିଆଯାଉଛି । ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବୈଠକ ଆୟୋଜିତ ହେଉଛି ବୋଲି ଜଣାପଡ଼ିଛି । ଲୋକସେବା ଭବନରେ ସକାଳ ସାଢ଼େ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ ।
BY-SUBHASMITA-DT-14.5.2026
ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରୀ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକ ଲୋକସେବା ଭବନରେ ସକାଳ ୧୧:୩୦ରେ ଅନୁଷ୍ଠିତ ହେବ । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ସରକାରର ଦୁଇ ବର୍ଷର କାର୍ଯ୍ୟଦକ୍ଷତା, ବିଭିନ୍ନ ଯୋଜନାର ଅଗ୍ରଗତି ଓ ଲୋକମାନଙ୍କ ପାଖରେ ସେବା ପହଞ୍ଚିବାର ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।
ସୂଚନା ଅନୁଯାୟୀ, ପ୍ରତ୍ୟେକ ବିଭାଗର ମନ୍ତ୍ରୀ ନିଜ-ନିଜ କାର୍ଯ୍ୟର ରିପୋର୍ଟ ଉପସ୍ଥାପନ କରିପାରନ୍ତି । ଏହା ସହ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମ କିପରି ଲୋକମୁଖୀ କରାଯିବ ଓ ଜନସମ୍ପର୍କକୁ କିପରି ଆହୁରି ମଜବୁତ କରାଯିବ, ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।
ସରକାରର ଦୁଇ ବର୍ଷ ପୂର୍ତ୍ତିକୁ ନେଇ ଆଗାମୀ କାର୍ଯ୍ୟଯୋଜନା, ଉତ୍ସବ ଓ ଜନସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ବୈଠକରେ ରଣନୀତି ପ୍ରସ୍ତୁତ ହୋଇପାରେ ।
ଚର୍ଚ୍ଚା NEWS












