BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ବିଷମକଟକ ରେଳ ଷ୍ଟେସନ ମାଷ୍ଟର ଙ୍କୁ ନାଗରିକ ମଞ୍ଚ ତରଫରୁ ଏକ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବ ଙ୍କୁ ଉଦ୍ଧେଶ୍ୟ ରେ ପ୍ରଦାନ କରାଯାଇଛି।ଏଥିରେ ଦୂତଗ୍ରାମି ଟ୍ରେନ ରହଣି ପାଇଁ ଦାବି କରିଛନ୍ତି ଟ୍ରେନ ନଂ ୧୮୪୦୭ କୋରାପୁଟ ଠାରୁ ପୁରୀ ଟ୍ରେନ ନଂ ୧୮୫୧୫ କରବା ଟ୍ରେନ ନଂ ୧୨୮୦୮ ସମତା,୧୮୦୦୫ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି କରିଛନ୍ତି।ସେହିପରି ନୂତନ ରେଳ ଲାଇନ ଗୋପାଳପୁର – ରାୟଗଡ଼ା ନୂତନ ଟ୍ରକ୍ କୁ ବିଷମକଟକ କିମ୍ବା ମୁନିଗୁଡ଼ା ଠାରେ ମିଶିବା ପାଇଁ ଦାବି କରିଛନ୍ତି। ଉକ୍ତ ଦୂତଗ୍ରାମି ଟ୍ରେନ ରହଣି ନ କରିଲେ ଆସନ୍ତା ଜୁନ୍ ମାସ ୧୫ ତାରିଖରେ ବିଷମକଟକ ରେଳ ଷ୍ଟେସନ ରେଳ ରୋକ କରିବାକୁ ବାଧ୍ୟ ହେବେ ବୋଲି ନାଗରିକ ମଞ୍ଚ ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକ,ଏହି ସମୟ ରେ ମକରଧ୍ବଜ ଉତ୍ତରାସିଲି,ବାବୁଜୀ ପଟ୍ଟନାୟକ, ଦେବୀ ପ୍ରସାଦ ପଟ୍ଟନାୟକ,ଡି ଶିବା,ବଡ଼ ଗୈଉଡ,ପି ଅନିଲ, ପ୍ରଶାନ୍ତ ପାତ୍ର, ଗଙ୍ଗା କୁଶୁଲିଆ, ରୋମଶ ବାବୁଲା,ଗୁଡୁଲା ଚିନି, ଦିଲିପ ପଡାଆରୀ, ଶିବା ନରେନ୍ଦ୍ର ,ଡି ଆଶୁ, ଶୋକ୍ ଆସିନ୍, ଜଗନ୍ନାଥ ଦାସ, ପ୍ରମୁଖ ଉପସ୍ଥିତି ରହିଥିଲେ |
ଚର୍ଚ୍ଚା news












