ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ମା ଗଜଲକ୍ଷ୍ମୀ ପୁଜା ପାଇଁ ଏବେ ଉତ୍ସଵ ମୁଖର ହୋଇ ଉଠୁଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଶ୍ରୀ ଗିରିଧାରୀ ମନ୍ଦିର ।ମନ୍ଦିର ପରିସରରେ ଦୀର୍ଘ ୨୫ ବର୍ଷ ପରେ ମାଆ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ପାଳିତ କରାଯାଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ମାଳା ରେ ଜଳୁସୁଛି ପୂଜା ମଣ୍ଡପ।ମାଁ ଙ୍କ ସୁନ୍ଦର ପ୍ରତିମା ଦେଖିବା ସକାଶେ ସନ୍ଧ୍ୟା ରେ ଭକ୍ତ ଙ୍କ ପ୍ରବଳ ସୁଅ ଛୁଟିବାରେ ଲାଗିଛି।ପ୍ରତିଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମ ଯଜ୍ଞ କାର୍ଯ୍ୟକ୍ରମ ଜାରି ରହିଛି। ଏପଟେ ରାତି ୭ଟାରୁ ୧୦ପର୍ଯ୍ୟନ୍ତ ପୂଜା ମଣ୍ଡପ ନିକଟରେ ପ୍ରବଚନ ଜାରି ରହିଛି।ବୃନ୍ଦାବନ ଧାମ ରାଧାକୃଣ୍ଡ ରୁ ଆସିଥିବା ସନ୍ଥ ଶ୍ରୀ ମଦନ ଗୋପାଳ ଦାସ ମହାରାଜ ଙ୍କ ପଞ୍ଚ ଦିବସ ଭାଗବତ କଥାମୃତ ଜାରି ରହିଥିବା ବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି
ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ଏବେ ଉତ୍ସବ ମୁଖର ହୋଇ ଉଠିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳ । ଶ୍ରୀ ଗିରିଧାରୀ ଙ୍କ ମନ୍ଦିର ପରିସରରେ ଚାଲିଛି ମାଁ ଙ୍କ ଆରାଧନା ।ଗଞ୍ଜାମ ର ୩ଜଣ ପଣ୍ଡିତ ଆସି ପ୍ରତିଦିନ ମାଁ ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ କାର୍ଯ୍ୟକ୍ରମ ଜାରି ରହିଛି।ମଙ୍ଗଳ ଆଳତି ସହ ସନ୍ଧ୍ୟା ଆଳତି ଦେଖିବା ସକାଶେ ଅନେକ ମହିଳା ଓ ପୁରୁଷ ଭକ୍ତ ଙ୍କ ସମାଗମ ହେଉଛି।ଏଥିସହ ସନ୍ଧ୍ୟା ୬ଟା ଆଳତି ପରେ ରାତି ୧୦ପର୍ଯ୍ୟନ୍ତ ବୃନ୍ଦାବନ ଧାମ ରାଧାକୁଣ୍ଡ ରୁ ଆସିଥିବା ସନ୍ଥ ମହାରାଜ ମଦନ ଗୋପାଳ ଦାସ ମହାରାଜ ଙ୍କ ପଞ୍ଚ ଦିବସ ଭାଗବତ କଥାମୃତ ଜାରି ରହିଛି।ଏହି ଦିବ୍ୟ ଭାଗବତ ବାଣୀ ଶୁଣିବା ସକାଶେ ଆଖପାଖ ର ଅନେକ ଭକ୍ତ ଙ୍କ ସମାଗମ ହେଉଛି।ପ୍ରତିଦିନ ଭକ୍ତ ଙ୍କ ସକାଶେ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଉଥିବା ପୂଜା କମିଟି ତରଫରୁ କହିଛନ୍ତି
ପବିତ୍ର କାର୍ତ୍ତିକ ମାସ ରେ ଶ୍ରୀ ଗିରିଧାରୀ ଙ୍କୁ ଦର୍ଶନ କରିବା ସହ ମାଁ ମାନେ କାର୍ତ୍ତିକ ବ୍ରତ ପାଳନ କରି ମାଁ ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।ଏକ ପ୍ରକାର ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଛି।ପ୍ରତିଦିନ ଭକ୍ତ ଙ୍କ ସକାଶେ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହେଉଛି।ସେହିପରି ପଦ୍ମପୁର ର ତ୍ରିନାଥ ମନ୍ଦିର ନିକଟରେ ବ୍ୟବସାୟୀ ଭାଇ ମାନେ ମାଁ ଗଜଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରାଯାଉଛି।ମୁଖ୍ୟ ପୂଜକ ଭାବରେ ଏଠାରେ ନରସିଂହ ସାମନ୍ତରାୟ ଉପସ୍ଥିତ ରହି ପ୍ରତିଦିନ ହୋମ ଯଜ୍ଞ ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି।୧୩ବର୍ଷ ହେଲା ବ୍ୟବସାୟୀ ମାନେ ପୂଜା କରିଚନ୍ତି ବୋଲି ମୁଖ୍ୟ ପୂଜକ କହିଛନ୍ତି। ସାତ ଦିନ ମାଁ ଙ୍କ ପୂଜାର୍ଚ୍ଚନା କରାଯିବ ଏଥିପାଇଁ ଭକ୍ତ ଙ୍କ ଉଭୟ ପୂଜା ମଣ୍ଡପରେ ପ୍ରବଳ ଭିଡ ଲାଗୁଥିବା ବେଳେ ପ୍ରତିଦିନ ମନ୍ତ୍ର ପାଠ ସହ ଲକ୍ଷ୍ମୀ ପୁରାଣ ହୋମ ଯଜ୍ଞ ରେ କମ୍ପୁଛି ପରିବେଶ

