ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ।
ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ଗୁର୍ଜିଭଟା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିଜେ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହ ତାଙ୍କର ଜୀବନ ରକ୍ଷା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ଭୁବନେଶ୍ୱର ଫେରିବା ସମୟରେ ଗୁର୍ଜିଭଟା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ମାନ୍ୟବର ମନ୍ତ୍ରୀ ଦେଖିବାକୁ ପାଇଥିଲେ। ସେଠାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଦେଖି ମନ୍ତ୍ରୀ ମହୋଦୟ ତୁରନ୍ତ ନିଜେ ଗାଡ଼ିକୁ ଅଟକାଇଥିଲେ। ବିଳମ୍ବ ନକରି ସେ ନିଜେ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ ଏବଂ ଆହତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ମେଡିକାଲରେ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ।
ଏହି ଘଟଣା ପରେ ମନ୍ତ୍ରୀ ଡଃ ମହାଲିଙ୍ଗ ଜନସାଧାରଣଙ୍କୁ ଏକ ନିବେଦନ କରିଛନ୍ତି ଯେ ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ ସହଯୋଗ କରିବା ଆମ ସମସ୍ତଙ୍କର ସାମାଜିକ ଓ ନୈତିକ ଦାୟିତ୍ୱ। କୌଣସି ପ୍ରକାର ଭୟ ନକରି ସଠିକ୍ ସମୟରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ। ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇବା ଠାରୁ ବଡ଼ ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ।ମନ୍ତ୍ରୀ ମହୋଦୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।
ଚର୍ଚ୍ଚା news












