-BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଗୁରୁବାର ଅପରାହ୍ନ ସମୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ନବନିର୍ମିତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି।
ମନ୍ତ୍ରୀ ନିଜ ଗସ୍ତ ସମୟରେ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିର୍ମିତ ନୂତନ କଲ୍ୟାଣ ମଣ୍ଡପ,ପାଠାଗାର, ବ୍ୟାଙ୍କ୍ ସୁବିଧା ଗୃହ ଏବଂ ଗ୍ରାମୀଣ ଉଦ୍ୟାନ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ।
ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ଯୋଗଦେଇ କହିଥିଲେ ଯେ, “ଗ୍ରାମାଞ୍ଚଳର ବିକାଶ ହିଁ ପ୍ରକୃତ ବିକାଶ। ପ୍ରତ୍ୟେକଟି ଉନ୍ନୟନମୂଳକ ଯୋଜନା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ସରକାର ସଂକଳ୍ପବଦ୍ଧ।” ମନ୍ତ୍ରୀ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଚାଲୁ ରହିଥିବା ଅନ୍ୟାନ୍ୟ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏଥି ସହିତ ଅନ୍ତୋଦ୍ୟୟ ଗୃହ ଯୋଜନା ଓ ବିକଶିତ ଓଡ଼ିଶା ବିକଶିତ ଗାଁ ଯୋଜନା ର ସଫଳ ରୂପାୟନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୁରା ଟିମ୍ କୁ ଭୁୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଗ୍ରାମୀଣ ଗୃହ ଯୋଜନା ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା,ଜମି ପଟ୍ଟା ବଣ୍ଟନ,ରାସନ୍ କାର୍ଡ ଓ ଭତ୍ତା ବଣ୍ଟନ କରିଥିଲେ
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ପଂଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ବ୍ଲକ ଉପଧ୍ୟକ୍ଷା ଜାନକୀ ନୀମାଲା, ଜିଲ୍ଲା ପରିଷଦ ରାୟଗଡ ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁନ୍ଦୁ,ଉପ ଜିଲ୍ଲାପାଳ ଅଭିଷେକ ଦୂଧାଲ ,ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ , ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ତାଙ୍ଗୁଡୁ ଶ୍ରୀଧର ଙ୍କ ସହ ସମସ୍ତ ସରପଞ୍ଚ ସମିତି ସଭ୍ୟ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ଅଞ୍ଚଳବାସୀ ଏହି ନୂତନ ପ୍ରକଳ୍ପଗୁଡ଼ିକ ଦ୍ୱାରା ବହୁମାତ୍ରାରେ ଉପକୃତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହକାରୀ ଯନ୍ତ୍ରୀ ତ୍ରିନାଥ ମିଶ୍ର,ଦିପ୍ତିରାଣୀ ମୁନି,ଅର୍ଥ ଅଧିକାରୀ ନୀଳକଣ୍ଠ ଶବର,ବିପିଶି ସନ୍ତୋଷ ରତ୍ନାଳୁ ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।ଶେଷରେ ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।
ଚର୍ଚ୍ଚା news












