ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାରର ସ୍ୱାଧୀନ ଓ ବ୍ୟାପକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ତଦନ୍ତ କେବଳ ଦସ୍ତାବିଜରେ ସୀମିତ ନରହି, ଟ୍ରଷ୍ଟକୁ ମିଳିଥିବା ସମସ୍ତ ପ୍ରକାରର ଦାନ ଓ ଚଢ଼ାଉର ମଧ୍ୟ ଗଭୀର ଯାଞ୍ଚ କରାଯିବା ଉଚିତ।
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ରାମ ମନ୍ଦିର ଚଢ଼ାଉ ଏବଂ କଥିତ ଆର୍ଥିକ ଅନିୟମିତତା ପ୍ରସଙ୍ଗ ପୁଣିଥରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି । ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ଏକ ପତ୍ର ଲେଖିଛନ୍ତି। ଏଥିରେ ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଭୟ ନେତା ଏହି ସମଗ୍ର ଘଟଣାର ଏକ ସ୍ୱାଧୀନ ଓ ବ୍ୟାପକ ତଦନ୍ତ କରାଇବା ସହ ରାମ ମନ୍ଦିର ଟ୍ରଷ୍ଟର ସମସ୍ତ ଆର୍ଥିକ ରେକର୍ଡ ସାର୍ବଜନୀନ କରିବାକୁ ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଥିବା ପତ୍ରରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, କୋଟି କୋଟି ରାମ ଭକ୍ତଙ୍କ ଆସ୍ଥା ସହ ଜଡ଼ିତ ଏହି ପ୍ରସଙ୍ଗ ଅତ୍ୟନ୍ତ ଗମ୍ଭୀର। ଏଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ନୀରବତା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ଦାୟିତ୍ୱ ହେଉଛି ଜବାବଦେହିତା ନିର୍ଦ୍ଧାରଣ କରି ଦେଶ ସମ୍ମୁଖରେ ସତ୍ୟକୁ ଉପସ୍ଥାପନ କରିବା ବୋଲି ସେମାନେ କହିଛନ୍ତି।
କଂଗ୍ରେସ ନେତାମାନେ ପତ୍ରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କ ଉଲ୍ଲେଖ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଚମ୍ପତ ରାୟଙ୍କ ବିରୋଧରେ ଗୁରୁତର ପ୍ରଶ୍ନ ଉଠିଛି। ଏହାସହ ସେ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ବୋଲି ମଧ୍ୟ ପତ୍ରରେ ଉଲ୍ଲେଖ କରାଯାଇଛି। ଏଭଳି ସ୍ଥିତିରେ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଇବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ସେମାନେ କହିଛନ୍ତି।
ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାରର ସ୍ୱାଧୀନ ଓ ବ୍ୟାପକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ତଦନ୍ତ କେବଳ ଦସ୍ତାବିଜରେ ସୀମିତ
ପତ୍ରରେ କୁହାଯାଇଛି ଯେ, ଦେଶ ଓ ବିଦେଶରୁ ରାମ ମନ୍ଦିର ପାଇଁ ମିଳିଥିବା ନଗଦ ଅର୍ଥ, ସୁନା, ରୂପା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଦାନ ଓ ଚଢ଼ାଉର ପରିଚାଳନା ପ୍ରକ୍ରିୟାର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ଉଚିତ। ଭକ୍ତମାନଙ୍କ ଦାନକୁ କିପରି ଓ କେଉଁଠି ବ୍ୟବହାର କରାଯାଇଛି, ତାହା ସ୍ପଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି ।
ଚର୍ଚ୍ଚା news












