ପବିତ୍ର ଅକ୍ଷୟ ତୃତୀୟା ପାଇଁ ଅଯୋଧ୍ୟାରେ ଜନ ସମୁଦ୍ର । ସକାଳୁ ସକାଳୁ ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଜମିଛି ପ୍ରବଳ ଭିଡ଼ । ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ଆସୁଛନ୍ତି ଏହି ପବିତ୍ର ଅବସରରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ।
BY-SUBHASMITA-DT-19.4.2026
ଅଯୋଧ୍ୟା :;ଅକ୍ଷୟ ତୃତୀୟା ପ୍ରଭୁ ଶ୍ରୀରାମଙ୍କ ସହ ଜଡ଼ିତ ଏକ ପବିତ୍ର ଦିନ ତେଣୁ ପବିତ୍ର ଅକ୍ଷୟ ତୃତୀୟା ପାଇଁ ଅଯୋଧ୍ୟାରେ ସକାଳୁ ସକାଳୁ ଦେଖିବାକୁ ମିଳୁଛି ଜନ ସମୁଦ୍ର । ଏହି ପବିତ୍ର ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଧାଇଁ ଆସୁଛନ୍ତି ରାମଲଲ୍ଲାଙ୍କ ଦର୍ଶନ ପାଇଁ । ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ପିତୃ ସତ୍ୟ ପାଳନ ପାଇଁ ଅଖଣ୍ଡ ଶପଥ ନେଇଥିଲେ ।
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଆଉ ଏହି ଦିନ ରାମଲଲ୍ଲାଙ୍କ ଦର୍ଶନ କଲେ ପୂଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ଭିତରେ ବିଶ୍ବାସ ରହିଛି । ସେଥିପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତମାନେ ପ୍ରଭୁ ଙ୍କୁ ଦେଖି ନିଜର ମନ କଥା କହିବାକୁ |
ଚର୍ଚ୍ଚା news











