କୋଲକାତାରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨,୮୭୨ ଟଙ୍କାକୁ ହ୍ରାସ ପାଇଛି । ସେହିପରି ଦିଲ୍ଲୀରେ ଏହାର ଦର ୨,୯୩୦ ଟଙ୍କାରୁ କମି ୨,୭୩୮ ଟଙ୍କା ହୋଇଛି । ପାଟନାରେ ମଧ୍ୟ ଏହାର ମୂଲ୍ୟ ୩,୨୨୭ ଟଙ୍କାରୁ ହ୍ରାସ ପାଇ ୩,୦୧୮ ଟଙ୍କାରେ ପହଞ୍ଚିଛି ।
ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର ହଁ ଆଂଜ୍ଞା ଅଗଷ୍ଟ ମାସର ପ୍ରଥମ ଦିନରେ ବାଣିଜ୍ୟିକ ଏଲ୍ପିଜି ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଦେଶର ସରକାରୀ ତେଲ ବିପଣନ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲ୍ପିଜି ସିଲିଣ୍ଡରର ଦରରେ ସର୍ବାଧିକ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ନୂଆ ଦର ଆଜି ଅର୍ଥାତ୍ ଅଗଷ୍ଟ ପହିଲାରୁ ଲାଗୁ ହୋଇଛି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ନୂତନ ଦର ଅନୁଯାୟୀ, କୋଲକାତାରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨,୮୭୨ ଟଙ୍କାକୁ ହ୍ରାସ ପାଇଛି । ସେହିପରି ଦିଲ୍ଲୀରେ ଏହାର ଦର ୨,୯୩୦ ଟଙ୍କାରୁ କମି ୨,୭୩୮ ଟଙ୍କା ହୋଇଛି । ପାଟନାରେ ମଧ୍ୟ ଏହାର ମୂଲ୍ୟ ୩,୨୨୭ ଟଙ୍କାରୁ ହ୍ରାସ ପାଇ ୩,୦୧୮ ଟଙ୍କାରେ ପହଞ୍ଚିଛି ।ଉଲ୍ଲେଖଯୋଗ୍ୟ ଯେ ୧୯ କିଲୋଗ୍ରାମ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, କ୍ୟାଟରିଂ ସେବା ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହୃତ ହୋଇଥାଏ । ତେଣୁ ଏହି ଦର ହ୍ରାସରେ ବ୍ୟବସାୟୀମାନେ କିଛିଟା ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଗତ ୧ ଜୁଲାଇରେ ମଧ୍ୟ ୧୯ କିଲୋଗ୍ରାମ କମର୍ସିଆଲ ଏଲ୍ପିଜି ସିଲିଣ୍ଡରର ଦରରେ ହ୍ରାସ କରାଯାଇଥିଲା । ଲଗାତାର ଦ୍ୱିତୀୟ ଥର ପାଇଁ ଦର କମିଥିବାରୁ ବାଣିଜ୍ୟିକ କ୍ଷେତ୍ରକୁ ଏହା ବଡ଼ ଆଶ୍ବସ୍ତି ଦେଇଛି
ଚର୍ଚ୍ଚା news












