ଅଧିକାରୀଙ୍କ ଉପରେ ରାଗିଲେ କେଭି ସିଂହଦେଓ: କହିଲେ, ଯିଏ କାମରେ ଅବହେଳା କରିବେ ଘରକୁ ଯିବେ
କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ହର୍ଟିକଲଚର ଅଫିସର ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ ଚରମ ଚେତାବନୀ ଦେବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟ କୃଷି ବିଭାଗର ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ହର୍ଟିକଲଚର ଅଫିସର ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ ଚରମ ଚେତାବନୀ ଦେବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଅନେକ ଅଧିକାରୀ ବିଦେଶ ଓ ଦେଶର ବିଭିନ୍ନ ସ୍ଥାନକୁ ଉଦ୍ୟାନକୃଷି ସମ୍ପର୍କିତ ଏକ୍ସପୋଜର ଟୁର୍ରେ ଯାଉଛନ୍ତି । କିନ୍ତୁ ସେଠାରୁ ଫେରିବା ପରେ ବିଭାଗକୁ କୌଣସି ରିପୋର୍ଟ ଦେଉନାହାନ୍ତି । ଏହି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରି ସେ କହିଛନ୍ତି,ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ। ଯେଉଁ କାମ ପାଇଁ ଯାଉଛନ୍ତି, ତାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରନ୍ତୁ ।
ଅଧିକାରୀମାନଙ୍କୁ ସିଧାସଳଖ ଟାର୍ଗେଟ କରି କେଭି ସିଂହଦେଓ କହିଛନ୍ତି, ରାଜ୍ୟ ସରକାର କିମ୍ବା ମୁଁ ରବର ଷ୍ଟାମ୍ପ ନୁହେଁ । ତୁମେମାନେ ସରକାର ଚଳାଉନାହଁ, ଆମେ ସରକାର ଚଳାଉଛୁ । ଯିଏ ନିୟମ ମାନିବ ନାହିଁ କିମ୍ବା କାମରେ ଅବହେଳା କରିବ, ସିଏ ଘରକୁ ପଳେଇବେ । ସରକାରଙ୍କ ପ୍ରତି କେହି ସୁପର-ପାୱାର ହେବାକୁ ଚେଷ୍ଟା ନକରିବାକୁ ସେ କଡ଼ା ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ୫୮ଟି କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ନେଇ ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ। ୫୮ଟି ମଧ୍ୟରୁ ଏବେ ମାତ୍ର ପୁରୀରେ ଗୋଟିଏ ହେବାକୁ ଯାଉଥିବା ନେଇ ସେ ଅଧିକାରୀଙ୍କୁ ଉତ୍ତର ମାଗିଛନ୍ତି । ଏହି ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହିଛି ଏବଂ କାହିଁକି କାମ ଆଗଉ ନାହିଁ, ସେଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ଆଭିମୁଖ୍ୟ ପରେ କୃଷି ବିଭାଗରେ ଏବେ ହଲଚଲ ସୃଷ୍ଟି ହୋଇଛି। ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ରଖିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଚର୍ଚ୍ଚା tvକୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ହର୍ଟିକଲଚର ଅଫିସର ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ ଚରମ ଚେତାବନୀ ଦେବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚର୍ଚ୍ଚା tv