ଅଙ୍ଗଶୁଘାତରେ ମହିଳାଙ୍କ ମୃତ୍ୟୁ, ମାଆ ଛେଉଣ୍ଡ ହେଲା ନାବାଳିକା ଶିଶୁ :
BY-ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲାରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ଆଉ ଗୋଟିଏ ଜୀବନ ନେଇଛି। ଉଦଳା ଥାନା ଅଧୀନ ଭୀମତାଳି ପଞ୍ଚାୟତ ପୁରୁଣାପାଣି ଗ୍ରାମର ସଲମା ମୁର୍ମୁ ନାମକ ଜଣେ ମହିଳାଙ୍କ ଅଙ୍ଗଶୁଘାତରେ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
ସୂଚନା ଅନୁଯାୟୀ, ସଲମା ମୁର୍ମୁ ଦିନମଜୁରି ଭଳି କଷ୍ଟକର କାମ କରି ନିଜ ପରିବାର ଚଳାଉଥିଲେ। ବିଭିନ୍ନ ବିବାହ ଓ ବ୍ରତ କାର୍ଯ୍ୟକ୍ରମକୁ ଯାଇ ଅଇଁଠା ଓ ଖଲି ପତ୍ର ସଂଗ୍ରହ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଆଜିର ତୀବ୍ର ତାପପ୍ରବାହ ତାଙ୍କ ଜୀବନ ନେଇଛି।
ମୃତ୍ୟୁ ଏମିତି ବି ଆସେ , ଜୀବନ ଯିବା ସମୟରେ ଥିଲା କୁନି ଝିଅ, ସେ ଆଜି ତା ମାଆ କୁ ସବୁଦିନ ପାଇଁ ହରାଇଲା l ସଲମାଙ୍କ ମୃତ୍ୟୁ ପରେ ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଥିଲା ତାଙ୍କର ନାବାଳିକା ଶିଶୁଟିର କାନ୍ଦଣା। ମାଆକୁ ଖୋଜି ବିକଳ ହେଉଥିବା ସେହି ଶିଶୁର ଅବସ୍ଥା ଉପସ୍ଥିତ ଲୋକଙ୍କ ଆଖିକୁ ଭିଜାଇଦେଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳକୁ ମର୍ମାହତ କରିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ ନାବାଳିକା ଶିଶୁଟିର ଭବିଷ୍ୟତ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି |
ଚର୍ଚ୍ଚା news












