ଗତ କିଛିଦିନ ହେବ ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୫ ମେ’ରୁ ୨୯ ମେ’ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ରାତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି ।
ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୫ ମେ’ରୁ ୨୯ ମେ’ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ରାତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ସେହିପରି ଟିଟିଲାଗଡ଼ରେ ଚଳିତ ଋତୁର ସର୍ବୋଚ୍ଚ ତାପମାତ୍ରା *୪୫.୮°C ରେକର୍ଡ କରାଯାଇଛି ।
ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଲାଗି ରହିବ । ବଲାଙ୍ଗୀର ଓ ସମ୍ବଲପୁର ଏହି ଦୁଇ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅସହ୍ୟ ଗରମ ରାତି ଅନୁଭୂତ ହେବ, ଯାହା ଜନଜୀବନକୁ ଅଧିକ ଅତିଷ୍ଠ କରିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ବଜାୟ ରହିବାକୁ ଥିବାରୁ ଜନସାଧାରଣଙ୍କୁ ଦିନ ସମୟରେ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ଚର୍ଚ୍ଚା news












