ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ ପାଇଁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରାଯିବ । ଏଥର ଇନଭେଷ୍ଟର୍ସ ମିଟ୍ରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ୍ ଡାଉନଷ୍ଟ୍ରିମ ଶିଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯିବ । ମେଟାଲ ଓ କେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପୂର୍ବରୁ ବଡ଼ ନିବେଶ ଆକୃଷ୍ଟ କରିପାରିଛି ।
ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍ରେ ଓଡ଼ିଶାରେ ଉପଲବ୍ଧ ଶିଳ୍ପାୟନର ସୁଯୋଗ, ନିବେଶ ପାଇଁ ଅନୁକୂଳ ପରିବେଶ ଏବଂ ସରକାରଙ୍କ ବିଭିନ୍ନ ନୀତି ସମ୍ପର୍କରେ ନିବେଶକାରୀଙ୍କୁ ଅବଗତ କରାଯିବ ।
ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ ପାଇଁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରାଯିବ । ଏଥର ଇନଭେଷ୍ଟର୍ସ ମିଟ୍ରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ୍ ଡାଉନଷ୍ଟ୍ରିମ ଶିଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯିବ । ମେଟାଲ ଓ କେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପୂର୍ବରୁ ବଡ଼ ନିବେଶ ଆକୃଷ୍ଟ କରିପାରିଛି ।
ନୀତି ଆୟୋଗର ରିପୋର୍ଟ ମଧ୍ୟ ରାଜ୍ୟର ଶିଳ୍ପ ବିକାଶ ଓ ନିବେଶ ସମ୍ଭାବନାକୁ ଆହୁରି ମଜବୁତ କରିଛି । ଖାଦ୍ୟ ପ୍ରକ୍ରିୟାକରଣ ସହ ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଧିକ ନିବେଶ ଆଣିବାକୁ ସରକାର ଫୋକସ୍ କରୁଛନ୍ତି । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।
ଚର୍ଚ୍ଚା news