ପଶ୍ଚିମ ଉତ୍ତରପ୍ରଦେଶରେ ଅଗଷ୍ଟ ୨୦ ଓ ୨୨ରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୂର୍ବ ଉତ୍ତରପ୍ରଦେଶରେ ୨୦ ତାରିଖ ସହ ୨୧ ଓ ୨୨ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ଅଞ୍ଚଳରେ ୨୦ ତାରିଖରେ ଅତି ପ୍ରବଳ ବର୍ଷା ହୋଇପାରେ ।
ଦେଶର ଅନେକ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଆଜି ଉତ୍ତର ଓ ମଧ୍ୟ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ବିଶେଷକରି ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ ସମେତ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଦକ୍ଷିଣ-ପଶ୍ଚିମ ବିହାର ଓ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ରହିଥିବା ଲଘୁଚାପ ଯୋଗୁ ବର୍ଷା ଲାଗି ରହିଛି । ଅଗଷ୍ଟ ୧୯ରେ ଗଭୀର ଅବପାତ ହୋଇ ଲଘୁଚାପର ରୂପ ନେଇଥିଲା । ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ । ଏହାସହ ମୌସୁମୀ ଟ୍ରଫ୍ ଫିରୋଜପୁର, କର୍ଣ୍ଣାଲ ଓ ହରଦୋଇ ଦେଇ ଲଘୁଚାପ କ୍ଷେତ୍ର ପର୍ଯ୍ୟନ୍ତ ରହିଛି । ଏହି ଟ୍ରଫ୍ ଦୀଘା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ରହିଥିବାରୁ ଉତ୍ତର ଓ ମଧ୍ୟ ଭାରତରେ ବର୍ଷାର ପ୍ରଭାବ ଅଧିକ ରହିପାରେ ।
ଉତ୍ତରପ୍ରଦେଶରେ ପାଣିପାଗ ବିଶେଷ ଭାବେ ପ୍ରଭାବିତ ହୋଇପାରେ । ପଶ୍ଚିମ ଉତ୍ତରପ୍ରଦେଶରେ ଅଗଷ୍ଟ ୨୦ ଓ ୨୨ରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୂର୍ବ ଉତ୍ତରପ୍ରଦେଶରେ ୨୦ ତାରିଖ ସହ ୨୧ ଓ ୨୨ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ଅଞ୍ଚଳରେ ୨୦ ତାରିଖରେ ଅତି ପ୍ରବଳ ବର୍ଷା ହୋଇପାରେ । ବର୍ଷା ସହ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ । ପୂର୍ବ ମଧ୍ୟପ୍ରଦେଶରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ । ପଶ୍ଚିମ ମଧ୍ୟପ୍ରଦେଶରେ ୨୦ରୁ ୨୩ ଅଗଷ୍ଟ ମଧ୍ୟରେ ବର୍ଷା ଲାଗି ରହିବ । ଛତିଶଗଡ଼ରେ ମଧ୍ୟ ଆଜି କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି ।
ଦିନସାରା ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଦିଲ୍ଲୀ, ହରିୟାଣା ଓ ଚଣ୍ଡିଗଡ଼ର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ସେପଟେ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ରେଡ୍ ଆଲଟଁ ଜାରି କରାଯାଇଛି । ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଭାରତର ଅରୁଣାଚଳପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।
ଚର୍ଚ୍ଚା tv












