BY -ରାଜୀବ କୁମାର ବେହେରା
ଉଦଳା :: ରାତି ଅଧରେ ଘରେ ପଶିଲା ବିରାଟ ଅହିରାଜ ସାପ ! ଭୋକିଲା ସାପ ଖାଉଥିଲା କୁକୁଡ଼ା ଏତିକିବେଳେ ମାଡ଼ି ବସିଲା ଉଦଳା ବନବିଭାଗ! ସାପକୁ ଦେଖି ପ୍ରାଣଭୟରେ ଘର ଛାଡ଼ି ବାହାରକୁ ଦୌଡ଼ିଲେ ପରିବାର ଲୋକେ। ଖବର ପାଇ ତୁରନ୍ତ ପହଞ୍ଚିଲା ଉଦଳା ବନ ବିଭାଗର ସ୍ନେକ ହେଲ୍ପଲାଇନ୍ ଟିମ୍।
ରାତ୍ର ସମୟ ରେ ପାଟଶାଣିପୁର ଗ୍ରାମର ରାମ ସିଂଙ୍କ ଘରେ ଏକ ବିରାଟ ଅହିରାଜ ସାପ ପଶିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ସାପକୁ ଦେଖି ସମସ୍ତେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଥିଲେ। ଆଉ ପର ମୁହୁର୍ତରେ ବନବିଭାଗ କୁ ଖବର ଦେଇ ଥିଲେ
ଖବର ପାଇ ଉଦଳା ବନ ବିଭାଗର ସ୍ନେକ ହେଲ୍ପଲାଇନ୍ କର୍ମଚାରୀ ଅନନ୍ତ ନାରାୟଣ ଚୌଧୁରୀ ନିଜ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଶ୍ ସତର୍କତା ଓ କୌଶଳର ସହ ସାପଟିକୁ ଉଦ୍ଧାର କରାଯାଇଥିଲା। ସାପ ଉଦ୍ଧାର ପରେ ଗ୍ରାମରେ ଲାଗିଥିଲା ଲୋକଙ୍କ ଭିଡ l
ବନ ବିଭାଗର ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଅହିରାଜ ( କିଙ୍ଗ କୋବ୍ରା ) ସାପଟିର ଲମ୍ବ ପ୍ରାୟ ୧୫ ଫୁଟ୍। ସାପ ଉଦ୍ଧାର ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ଲାଗିଥିଲା।
ପରେ ବନ ବିଭାଗ ପକ୍ଷରୁ ସାପଟିକୁ ସୁରକ୍ଷିତ ସୁସ୍ଥ ଭାବେ ଶିମିଳିପାଳ ର ଘଞ୍ଚ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦିଆଯାଇଥିବା ସୂଚନା ରହିଛି |
ଚର୍ଚ୍ଚା TV












