ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏକ ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଏଭଳି ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ -ଆଇଆର୍ଜିସିର ନୌସେନା ।
ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏକ ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଏଭଳି ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ -ଆଇଆର୍ଜିସିର ନୌସେନା । ଇରାକୀ ଅଧିକାରୀ କହିଛନ୍ତି, ଏହି ବଡ଼ ଆକ୍ରମଣ ଇରାକର ଉମ୍ କସର୍ ବନ୍ଦରରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦକ୍ଷିଣ-ପୂର୍ବରେ ଘଟିଛି । ଜାହାଜରେ ଦୁଇଟି ବିସ୍ଫୋରଣ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଇରାନ କହିଛି, ସାରିସ୍କା ନାମକ ମାଲବାହୀ ଜାହାଜ ଉପରେ ଏକ କ୍ରୁଜ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ସିଧାସଳଖ ଆକ୍ରମଣ କରାଯାଇଛି ।
ଚର୍ଚ୍ଚା news












