ଉଦଳା – ରାଜୀବ କୁମାର ବେହେରା
କପ୍ତିପଦା ବ୍ଲକ ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତର କଟୁରିଆ ଛକଠାରୁ ହୁଡ଼ିସାହି ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଯାତାୟାତ କରିବା ବିପଦଜନକ ହୋଇପଡ଼ିଛି।
ଏହି ରାସ୍ତା ହୁଡ଼ିସାହି, ଧନଛତ୍ର, ଧନଛତ୍ରୀ ଓ ମହାରାସାହି ସମେତ ଅନେକ ଗ୍ରାମର ଲୋକଙ୍କ ପାଇଁ ଏକମାତ୍ର ସଂଯୋଗ ପଥ। ଏହା ସହିତ ଏହି ଅଞ୍ଚଳର ଦୁଇଟି ବିଦ୍ୟାଳୟ ଓ ହୁଡ଼ିସାହି କନ୍ୟାଶ୍ରମକୁ ଯିବାର ମୁଖ୍ୟ ରାସ୍ତା ମଧ୍ୟ ଏହିଟି। କନ୍ୟାଶ୍ରମରେ ୨୪୦ରୁ ଅଧିକ ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ରାସ୍ତାର ଦୟନୀୟ ଅବସ୍ଥା ସେମାନଙ୍କ ସୁରକ୍ଷିତ ଯାତାୟାତକୁ ପ୍ରଭାବିତ କରୁଛି।
ବର୍ଷାଦିନରେ ରାସ୍ତାରେ ପାଣି ଜମି ଯାତାୟାତ ଆହୁରି କଷ୍ଟସାଧ୍ୟ ହୋଇଯାଉଥିବାରୁ ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ତୁରନ୍ତ ନିର୍ମାଣ ଓ ଉନ୍ନତିକରଣ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏନେଇ ମାହାନ୍ତି ଦେଓଗାମ, ଘନବାବୁ ପାତ୍ର, ଦାନିଏଲ ଖୁଣ୍ଟିଆ, ଜଗଦୀଶ ମୁର୍ମୁ ପ୍ରମୁଖ ସରକାର ଓ ସମ୍ପୃକ୍ତ ବିଭାଗକୁ ଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ।
ଚର୍ଚ୍ଚା news











