ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ
BY-ରାଜୀବ କୁମାର ବେହେରା
ଉଦଳା, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଅଘଟଣ ଘଟିଯାଇଛି। ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ଥାନୀୟ ସୂତ୍ରରୁ ପ୍ରକାଶ, ବୃଦ୍ଧଜଣକ ପ୍ରତିଦିନ ଭଳି ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ନଦୀ ପାଣିରୁ ତାଙ୍କୁ ଅଚେତନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ବୃଦ୍ଧ ଙ୍କ ଜୀବନ ଚାଲି ଯାଇ ଥିବା ଜଣାପଡ଼ିଛି।
ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।
ଏହି ଅଭାଗ୍ୟଜନକ ଘଟଣା ପରେ ପରିବାର ଲୋକଙ୍କ କାନ୍ଦଣାରେ ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ଗରିବ ପରିବାର କୁ ସରକାରୀ ଆର୍ଥିକ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି |
ଚର୍ଚ୍ଚା news












