କୁକୁଡ଼ା ଭାତକୁ ନେଇ ଉଦଳା ଢିପା ସାହିରେ ତୁମୁଳ କାଣ୍ଡ, ୪ ଆହତ ::
BY-ରାଜୀବ କୁମାର ବେହେରା
ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦୁଗୁଧା ଗ୍ରାମ ପଞ୍ଚାୟତର ଢିପା ସାହି ଅଞ୍ଚଳରେ ଏକ ସାମାନ୍ୟ ଘଟଣାକୁ ନେଇ ବଡ଼ ଧରଣର ଗଣ୍ଡଗୋଳ ସୃଷ୍ଟି ହୋଇଛି । କୁକୁଡ଼ା ଘରେ ପଶି ଭାତ ଖାଇଦେବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ପରେ ପରିସ୍ଥିତି ଉତ୍ତେଜନାମୟ ହୋଇ ଧସ୍ତାଧସ୍ତି ଓ ମାରପିଟର ରୂପ ନେଇଥିଲା ।
ସ୍ଥାନୀୟ ସୂଚନା ଅନୁସାରେ, କଥା କାଟାକାଟି ପରେ ଦୁଇ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।
ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଉଦଳା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା ।
ଚର୍ଚ୍ଚା news












