ଗ୍ରାହକଙ୍କୁ ମିଖଳିଲା ଆଶ୍ୱସ୍ତି
ଆପଣମାନେ ଜାଣିଥିବେ, ଗତ କିଛି ମାସ ହେଲା ସୁନା ଓ ରୁପା ଦର କେମିତି ଲଗାତାର ବଢ଼ି ଚାଲିଥିଲା। ଦର ବଢ଼ିବାରୁ ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ବଜେଟ୍ ବିଗିଡ଼ି ଯାଉଥିଲା। ବିବାହ ହେଉ କି ପର୍ବପର୍ବାଣୀ, ଅଳଙ୍କାର କିଣିବା ପୂର୍ବରୁ ଗ୍ରାହକଙ୍କୁ ଅନେକଥର ଭାବିବାକୁ ପଡ଼ୁଥିଲା। ସୁନାର ଦର ଶୁଣିଲେ ଯେମିତି ମୁଣ୍ଡରେ ହାତ ପଡ଼ିଯାଉଥିଲା।
କିନ୍ତୁ ଏବେ ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଆସିଛି ଟିକିଏ ଆଶ୍ୱସ୍ତିର ଖବର। ସୁନା ଓ ରୁପା ଦରରେ ହୋଇଛି ପରିବର୍ତ୍ତନ। ବିଭିନ୍ନ ବଜାରରେ ଉଭୟ ଧାତୁର ମୂଲ୍ୟ କମିଥିବା ବେଳେ, ୨୪ କ୍ୟାରେଟ୍ ସୁନା ଦରରେ ମଧ୍ୟ ହ୍ରାସ ରେକର୍ଡ ହୋଇଛି। ରୁପା ଦର ମଧ୍ୟ କମିଥିବାରୁ ଗ୍ରାହକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।
ଦିଲ୍ଲୀଠାରୁ ପାଟନା ପର୍ଯ୍ୟନ୍ତ ଅନେକ ସହରରେ ସୁନା-ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ତେବେ ସହର ଓ ବଜାର ଅନୁସାରେ ଦରରେ ସାମାନ୍ୟ ଫରକ ରହିପାରେ। ତେଣୁ ଗ୍ରାହକମାନେ ସୁନା କିମ୍ବା ରୁପା କିଣିବା ପୂର୍ବରୁ ନିଜ ସହରର ଅପଡେଟ୍ ରେଟ୍ ନିଶ୍ଚିତ ଭାବେ ଯାଞ୍ଚ କରିବା ଜରୁରୀ।
ତେବେ ପ୍ରଶ୍ନ ହେଉଛି, ହଠାତ୍ କାହିଁକି ଖସିଲା ସୁନା ଓ ରୁପା ଦର? ଅନ୍ତର୍ଜାତୀୟ ବଜାରର ଗତିବିଧି, ଡଲାରର ମୂଲ୍ୟ, ନିବେଶକଙ୍କ ଚାହିଦା ଏବଂ ବିଶ୍ୱ ଅର୍ଥନୀତି ଭଳି ଅନେକ କାରଣ ସୁନା-ରୁପା ଦରକୁ ପ୍ରଭାବିତ କରିଥାଏ। ତେଣୁ ଦରରେ ଏଭଳି ଉତ୍ଥାନ-ପତନ ଲାଗି ରହିଥାଏ।
ଅନ୍ୟପଟେ, ଗ୍ରାହକମାନେ ଆଉ ଗୋଟିଏ କଥା ମନେ ରଖିବା ଦରକାର। ବଜାରରେ ଦେଖାଯାଉଥିବା ସୁନା ଦର ଓ ଗହଣା ଦୋକାନରେ ଦେବାକୁ ପଡ଼ୁଥିବା ଅନ୍ତିମ ଦାମ ସମାନ ହୋଇନପାରେ। ଗହଣାର ମେକିଂ ଚାର୍ଜ, GST ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଡ଼ି ଅନ୍ତିମ ଦାମ ନିର୍ଦ୍ଧାରିତ ହୁଏ।
ତେଣୁ ଆଜି ସୁନା-ରୁପା ଦର କମିଥିବାରୁ ଯଦି ଆପଣ କିଣିବାକୁ ଯୋଜନା କରୁଛନ୍ତି, ପ୍ରଥମେ ନିଜ ସହରର ଆଜିର ରେଟ୍ ଜାଣନ୍ତୁ, ମେକିଂ ଚାର୍ଜ ଓ GST ବିଷୟରେ ପଚାରନ୍ତୁ ଏବଂ ତା’ପରେ ହିଁ କିଣାକିଣିର ନିଷ୍ପତ୍ତି ନିଅନ୍ତୁ।
ତେବେ ଆଜି ଆପଣଙ୍କ ସହରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ଦର କେତେ? ରୁପା କେତେ ଟଙ୍କାରେ ମିଳୁଛି? ପ୍ରଥମେ ବୁଝିନିୟନ୍ତୁ ଏବଂ ସୁନାରୂପା କିଣନ୍ତୁ |
ଚର୍ଚ୍ଚା tv












